କାରଗିଲ ଯୁଦ୍ଧର ସେହି ବୀର ଯବାନ, ଯାହାଙ୍କୁ ପାକିସ୍ତାନ ସୈନିକ ଡାକିଥାନ୍ତି ‘ଶେରଶାହ’! ଜାଣନ୍ତୁ କାରଗିଲ ଯୁଦ୍ଧର ହିରୋ ବିକ୍ରମ ବତ୍ରାଙ୍କ ବିଷୟରେ କିଛି

188

କାରଗିଲ ଯୁଦ୍ଧର ଏମିତି ଏକ ବୀର ଯବାନ ଯିଏ କେବଳ ଭାରତରେ ନୁହେଁ ପାକିସ୍ତାନ ସେନା ପାଇଁ ମଧ୍ୟ ଏକ ଜଣାଶୁଣା ନାଁ ଥିଲା । ଯିଏ କାରଗିଲ ଯୁଦ୍ଧରେ ନିଜର ଅପୂର୍ବ ସାହାସର ପରିଚୟ ଦେଇ ଶତ୍ରୁପକ୍ଷ ମାଡି ବସିଥିବା ପୋଷ୍ଟ ଗୁଡିକୁ ଗୋଟିଏ ପରେ ଗୋଟିଏ ଦଖଲ କରି ଚାଲିଥିଲେ । ତେବେ ଶତ୍ରୁପକ୍ଷକୁ ନିପାତ କରିବାର ଝୁଙ୍କ ତାଙ୍କର ଅଧାବାଟରେ ଅଟକି ଯାଇଥିଲା । ଯୁଦ୍ଧ ସମୟରେ ହିଁ ଭାରତ ନିଜର ଏହି ବୀର ଯବାନଙ୍କୁ ହରାଇଥିଲା । ତେବେ ପରେ ତାଙ୍କୁ ମରଣୋତ୍ତର ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ସେହିଭଳି ଜଣେ ବୀର ଯବାନ ଥିଲେ ବିକ୍ରମ ବତ୍ରା । ଯାହାଙ୍କ ବୀରତ୍ୱର କାହାଣୀ ଆଜି ମଧ୍ୟ ଦେଶ ମନେ ରଖିଛି ।

ପାଲମପୁରରେ ଆଜିର ଦିନରେ ଅଥାର୍ତ ୯ ସେପ୍ଟେମ୍ବର ୧୯୭୪ରେ ଜନ୍ମ ନେଇଥିଲେ ଦୁଇ ଯମଜ ଭାଇ । ଜଣେ ବିକ୍ରମ ଓ ଅନ୍ୟଜଣେ ବିଶାଳ । ପାଠପଢାରେ ଆଗୁଆ ଥିବା ବିକ୍ରମ ନିଜର ସ୍କୁଲ ଶିକ୍ଷା ପରେ ବିକ୍ରମ ଚଣ୍ଡିଗଡ ଡିଏଭି କଲେଜରେ ନାମ ଲେଖାଇଥିଲେ । ଆଉ ଏହି ସମୟରେ ଏନସିସି ସହ ଯୋଡି ହୋଇଥିଲେ ବିକ୍ରମ । ବାସ୍ ଏହିଠାରୁ ସେନାବାହିନୀରେ ଯୋଗ ଦେବାକୁ ମନ ବଳାଇଥିଲେ ବିକ୍ରମ । ଏପରିକି ବଡ ବଡ ଚାକିରିକୁ ପଛ କରି ଶେଷରେ ୧୯୯୭ରେ ସେନାରେ ଯୋଗ ଦେଇଥିଲେ ବିକ୍ରମ । ମାତ୍ର ଦୁଇ ବର୍ଷ ମଧ୍ୟରେ କ୍ୟାପେଟନ ପଦରେ ବସିଥିଲେ ବିକ୍ରମ । ତେବେ ସେ କ୍ୟାପଟେନ ହେବା ପରେ ଆରମ୍ଭ ହୋଇଥିଲା କାରଗିଲ ଯୁଦ୍ଧ ।

ଏହି ଯୁଦ୍ଧରେ ନିଜର ବୀରତ୍ୱ ଓ ସାହସିକତାର ପରିଚୟ ଦେଇଥିଲେ ବିକ୍ରମ । ତାଙ୍କରି ନେତୃତ୍ୱରେ ୧୯ ଜୁନ ୧୯୯୯ରେ ଅନୁପ୍ରବେଶକାରୀଙ୍କ ଦଖଲରେ ଥିବା ପଏଣ୍ଟ ୫୧୪୦ ଛଡାଇ ଆଣିଥିଲେ । ଏହି ପଏଣ୍ଟ ଦଖଲ କରିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଏହି ପଏଣ୍ଟଟି ଉଚ୍ଚରେ ଥିବାରୁ ବେଶ ସହଜରେ ଶତ୍ରୁପକ୍ଷ ଭାରତୀୟ ଯବାନଙ୍କ ଉପରେ ଗୁଳି ବର୍ଷଣ କରୁଥିଲେ । ତେଣୁ ଏହି ପଏଣ୍ଟ ଦଖଲ କରିବା ସହ ଭାରତର ଏହା ସୁରକ୍ଷାକବଚ ଭାବେ ଉଭା ହୋଇଥିଲା । ତେବେ ଏହି ପଏଣ୍ଟ ଦଖଲ କରିବା ପରେ ମଧ୍ୟ ବିକ୍ରମ ଆଉ ଏକ ପଏଣ୍ଟ ୪୮୭୫ ଦଖଲ କରିବାକୁ ପାଦ ବଢାଇଥିଲେ । ମନରେ ଥିଲା ଶତ୍ରୁପକ୍ଷକୁ ନିପାତ କରିବାର ଝୁଙ୍କ । ତେବେ ଏହି ପଏଣ୍ଟ ଦଖଲ କରିବା ବିକ୍ରମଙ୍କ ପାଇଁ ଏତେ ସହଜ ନଥିଲା । କାରଣ ଏହି ପଏଣ୍ଟଟି ସମୁଦ୍ର ପତ୍ତନରୁ ୧୭ ହଜାର ଫୁଟ ଉପରେ ରହିଥିଲା ଏବଂ ୮୦ ଡିଗ୍ରୀରେ ପଏଣ୍ଟ ଉପରକୁ ଚଢିବାକୁ ପଡୁଥିଲା ।

ତେବେ ଏହି ପଏଣ୍ଟ ଦଖଲ କରିବାକୁ ବିକ୍ରମ ଯେତିକି ଆଗକୁ ଯାଉଥାନ୍ତି ତାଙ୍କର ମୃତ୍ୟୁ ମଧ୍ୟ ସେତିକି ପାଖେଇ ଆସୁଥାଏ । ଏକଥା ହୁଏତ ସେ ଜାଣିନଥିଲେ । ଗୋଟିଏ ମିଶନ ସଫଳ ହେଉଥିଲେ ବିକ୍ରମ ଏ ଦିଲ୍ ମାଙ୍ଗେ ମୋର କହି ଯବାନ ମାନଙ୍କ ମନୋବଳ ବୃଦ୍ଧି କରିବା ସହ ଆଗକୁ ବଢିବାକୁ ଉତ୍ସାହିତ କରୁଥିଲେ । ତେବେ ୭ ଜୁଲାଇ ୧୯୯୯ରେ ଯୁଦ୍ଧରେ ଆହତ ହୋଇଥିବା ନିଜ ଟିମର ଜଣେ ଯବାନଙ୍କୁ ରକ୍ଷା କରିବାକୁ ଯାଇ ନିଜର ପ୍ରାଣ ହରାଇଥିଲେ ବିକ୍ରମ । କିନ୍ତୁ ଶେଷ ପର୍ଯ୍ୟନ୍ତ ନିଜ ସାଥୀଙ୍କ ସୁରକ୍ଷାକୁ ପ୍ରଥମେ ପ୍ରାଧାନ୍ୟ ଦେଉଥିଲେ କ୍ୟାପେଟନ ବିକ୍ରମ । ତେବେ ବିକ୍ରମଙ୍କ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବେଶ ଲୋକପ୍ରିୟ । ସେଥିପାଇଁ ପାକିସ୍ତାନର ଯବାନ ମାନେ ତାଙ୍କୁ ଶେରଶାହା ବୋଲି କହିଥାନ୍ତି । ଏପରିକି କାରଗିଲ ଯୁଦ୍ଧ ସମୟରେ ତାଙ୍କର କୋର୍ଡୱାର୍ଡ