ପଦ୍ମାବତୀ ‘ଘୁମର’ ପଛରେ ରହିଛି ଅନେକ ଗୁମର !

165

ନିକଟରେ ବଡପରଦାକୁ ଆସିବାକୁ ଥିବା ସଂଜୟ ଲୀଲା ଭଂସାଲି ନିର୍ଦ୍ଦେଶିତ ‘ପଦ୍ମାବତୀ‘ର ଗୀତ ‘ଘୁମର’ର ରିଲିଜ ହୋଇଛି । ୟୁଟ୍ୟୁବରେ ବହୁତ ଲୋକ ବି ଏହିଗୀତର ପସନ୍ଦ କରିଛନ୍ତି । କିନ୍ତୁୁ ଅସଲ ରାଜସ୍ଥାନୀ ଡ୍ୟାନ୍ସ ‘ଘୁମର’ଠାରୁ ଏହା ବିଲକୁଲ ଅଲଗା ବୋଲି ସମାଲୋଚକମାନେ କହୁଛନ୍ତି । ପୂର୍ବରୁ ବଲିଉଡ ଫିଲ୍ମରେ କେତେଥର ଘୁମର କରାଯାଇଛି, ଯାହା ଏହା ଠାରୁ ବହୁତ ଭଲ କରାଯାଇଥିଲା । ଦୀପିକାଙ୍କ ଆଗରୁ ଅଭିନେତ୍ରୀ ରେଖା ଓ କରିସ୍ମା ଫିଲ୍ମ ‘ଜୁବେଦା’ରେ ଘୁମର ଡ୍ୟାନ୍ସ କରିଥିଲା । ଯେଉଁଥିରେ କରିସ୍ମା ସୁନ୍ଦର ଡ୍ୟାନ୍ସ କରିଥିଲେ ଓ ଏହାର ସୁଟିଂ ରାଜସ୍ଥାନରେ କରାଯାଇଥିଲା ।

କିନ୍ତୁ ‘ପଦ୍ମାବତୀ’ରେ ଦୀପିକାଙ୍କ ଘୁମୁର ନୃତ୍ୟର ଷ୍ଟାଇଲ ଅଲଗା ଥିଲା । ରାଜସ୍ଥାନର ଘୁମୁର ଡ୍ୟାନ୍ସକୁ ଅନର୍ଜାତିୟସ୍ତରରେ ପରିଚିତ କରାଇଥିବା ବୀଣା ମ୍ୟୁଜିକର କେ.ସି.ମାଲୁ କହିଛନ୍ତି ଅସଲ ଘୁମରା ଡ୍ୟାନ୍ସ ଠାରୁ ଏହା ବିଲକୁଲ ଅଲଗା । ଘୁମର ଡ୍ୟାନସରେ ମହିଳାଙ୍କ ଅଙ୍ଗଭଙ୍ଗୀ,ଚାହାଣୀ ଓ ଷ୍ଟାଇଲ ଠିକ ନଥିଲା । ଯାହା ଗୀତର ମୌଳିକତା ନଷ୍ଟ କରିଦେଇଥିଲା ।

ଫିଲ୍ମ ପଦ୍ମାବତୀର ଘୁମୁର ଗୀତରେ ପୁରୁଷର ସ୍ୱର ଥିଲା, କିନ୍ତୁ ରାଜସ୍ଥାନୀ ଘୁମୁରରେ ମହିଳା ଗୀତ ଗାଇବା ସହ ମବିଳାମାନେ ନାଚିଥିଲେ । ନାଚରେ କେବଳ ବଡ ସେଟ ସହ ଦୀପିକାଙ୍କ ଦାମିକା ଡ୍ରେସ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦେଶକ କିନ୍ତୁ ଗୀତର ମୌଳିକତା ପ୍ରତି ଦୃଷ୍ଟି ଦେଇନଥିବା କହୁଛନ୍ତି ଦର୍ଶକ । ପଦ୍ମାବତୀ ଫିଲ୍ମର ଘୁମର ଗୀତରେ ମହିଳାମାନେ ହାତରେ ଦୀପ ଧରି ନାଚୁଛନ୍ତି କିନ୍ତୁ ଅସଲି ଘୁମରାରେ ଏଭଳି ଦୃଶ୍ୟନଥିଲା । ଓଢଣୀ ଧରିବାର ଷ୍ଟାଇଲ ବି ଅଲଗା ରହିଛି ।