ଓଡିଶା ପାଇଁ ଭଲ ଖବର । ସୁସ୍ଥ ହେଲେ ୨ୟ କରୋନା ଆକ୍ରାନ୍ତ । ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁୁ ଫେରିଲେ ଯୁବକ

4,090

କନକ ବ୍ୟୁରୋ: କରୋନା ନେଇ ଓଡିଶାକୁ ଆଶ୍ୱସ୍ତିକର ଖବର । ସୁସ୍ଥ ହେଲେ ୨ୟ କରୋନା ଆକ୍ରାନ୍ତ । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ ଆକ୍ରାନ୍ତ । କରୋନା ନମୂନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଥିଲା । ଆଉ ରିପୋର୍ଟ ନେଗେଟିଭ ମିଳିବା ପରେ ତାଙ୍କୁ ଡିସଟାର୍ଜ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ତେବେ ଗତ ୧୯ ମାର୍ଚ୍ଚରେ ଓଡିଶାରେ ୨ୟ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତାଙ୍କ ନମୂନା ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଲଣ୍ଡନରୁ ଫେରିବା ପରେ ତାଙ୍କ ଦେହରେ ପଜିଟିଭ ଆସିଥିଲା । ତେବେ ରିପୋର୍ଟ ପଜିଟିଭ ଆସିବାର ୧୩ ଦିନ ଭିତରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଗତକାଲି ଗୋଟିଏ ପଜିଟିଭ ବାହାରିବା ପରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭଦ୍ରକର ଜଣେ ଯୁବକଙ୍କ ଦେହରେ କରୋନା ପଜିଟିଭ ବାହାରିଥିଲା । ଆଉ ଆଜି ଏମ୍ସ ଚିକିତ୍ସା ହେଉଥିବା ୨ୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।