ଶତ୍ରୁ ଦେଶରେ ଲାଗୁ ହୋଇଥିବା ୧୦ଟି ଅଜବ ନିୟମ ! ଯାହାକୁ ନମାନିଲେ ଦେବାକୁ ପଡିପାରେ ଲକ୍ଷାଧିକ ଟଙ୍କାର ଜରିମାନା ତ ନଚେତ୍ ମିଳିପାରେ ମୃତ୍ୟୁ ଦଣ୍ଡ

679

ଭାରତ-ପାକିସ୍ତାନ ମଧ୍ୟରେ କିଛି ଦିନ ହେଲା ତିକ୍ତତାପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଛି । ଉଭୟ ଦେଶ ପରସ୍ପର ସହ ଲଢିବାକୁ ବି ପ୍ରସ୍ତୁତ ହୋଇଯାଇଛନ୍ତି । ଯଦିଓ ପାକିସ୍ତାନ ଭାରତ ଆଗରେ କିଛି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ପାକିସ୍ତାନର କିଛି ଏଭଳି ଅଜବ ଆଇନ ସଂପର୍କରେ ଜଣାଇବୁ ଯାହା ଆପଣଙ୍କୁ ନିଶ୍ଚିୟ ଆଶ୍ଚର୍ଯ୍ୟ କରିଦେବ ।

କୌଣସି ବ୍ୟକ୍ତିର ଫୋନ ଧରିଲେ ଦଣ୍ଡ

ଏଠାରେ କାହାର ବିନା ଅନୁମତିରେ ତାର ଫୋନକୁ ଛୁଇଁବା ଅପରାଧ ଅଟେ । ଏଥିପାଇଁ ଆପଣଙ୍କୁ ୬ ମାସ କାଳ ଜେଲ ଦଣ୍ଡାଦେଶ ହୋଇପାରେ ।

ପାଠପଢିଲେ ଲାଗିବ ଟ୍ୟାକ୍ସ

ଯଦି କୌଣସି ଷ୍ଟୁଟେଂଡର ପାଠପଢାରେ ବର୍ଷକୁ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ତେବେ ତାକୁ ଏଥିପାଇଁ ୫ ପ୍ରତିଶତ ଟ୍ୟାକ୍ସ ଭରିବାକୁ ହେବ ।

କୌଣସି ବି ପାକିସ୍ତାନୀ ଇସ୍ରାଏଲ ଯାଇପାରିବେ ନାହିଁ

ପାକିସ୍ତାନ ନିଜର କୌଣସି ବି ନାଗରୀକକୁ ଇସ୍ରାଏଲ ଯିବା ପାଇଁ ଭିଜା ଦେଇନଥାଏ । ଯେଉଁ କାରଣରୁ କୌଣସି ପାକିସ୍ତାନୀ ଏଠାରୁ ସିଧା ଇସ୍ରାଏଲ ଯାଇପାରନ୍ତି ନାହିଁ । ଏବେ ଆପଣ ଚିନ୍ତା କରୁଥିବେ କି, ଏହା ପଛରେ କଣ କାରଣ ରହିଥାଇପାରେ? ତେବେ ଏଠାରେ ଆମେ କହି ରଖୁଛୁ କି ପାକିସ୍ତାନ ନଜରରେ ଇସ୍ରାଏଲ ଗୋଟିଏ ଦେଶ ହିଁ ନୁହେଁ । ଏହି କାରଣରୁ ଇସ୍ରାଏଲ ଯିବା ପାଇଁ ପାକିସ୍ତାନ ଭିଜା ଜାରି କରିନଥାଏ ।

ଦେଶର ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିପାରିବେ ନାହିଁ

ଏଠିକାର ପ୍ରଧାନମନ୍ତ୍ରୀଙ୍କ ମଜାକ୍ ଉଡାଇବା ବେଳେ ଯଦି ଆପଣ ଧରା ପଡନ୍ତି ତେବେ ଏଥିପାଇଁ ମୋଟା ଅଙ୍କର ଜରିମାନା ଭରିବାକୁ ପଡିପାରେ ।

ପ୍ରେମିକା ସହ ରହିଲେ ବାନ୍ଧିନେବ ପୁଲିସ

ପାକିସ୍ତାନୀ ଆଇନ ମୁତାବକ, ଆପଣ ବିବାହ ପୂର୍ବରୁ କୌଣସି ବି ଝିଅ ସହିତ ଏକାସାଥିରେ ରହିପାରିବେ ନାହିଁ । ଏହା ଆଇନ ଦୃଷ୍ଟିରୁ ଅବୈଧ ଅଟେ ।

ବର୍ଷକରେ ଗୋଟିଏ ମାସ ବାହାର ଖାଦ୍ୟ ଖାଇବା ମନା

ରମଜାନ ମାସରେ ଘର ବାହାରେ କିଛି ଜିନିଷ ଖାଇବା ବେଆଇନ । ଯଦି ଆପଣ ମୁସଲମାନ ନୁହଁନ୍ତି ତେବେ ବି ଏହି ନିୟମକୁ ମାନି ପାଇଁ ବାଧ୍ୟ ।

ଅପାଠୁଆ ବି ବନିପାରିବେ ପ୍ରଧାନମନ୍ତ୍ରୀ

ଏହି ଦେଶରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ହେବା ପାଇଁ ଲେଖା ପଢା ଜାଣିବା ଜରୁରୀ ନୁହେଁ, କିନ୍ତୁ କୌଣସି ସ୍କୁଲରେ ଚପରାସିର ଚାକିରି ପାଇଁ ଆପଣ ଏଜୁକେଟେଡ ହେବା ନିହାତି ଜରୁରୀ ।

କିଛି ଶଦ୍ଦକୁ ଇଂରାଜୀରେ ଅନୁବାଦ କରିବା ବି ବେଆଇନ

କିଛି ଆରବି ଶଦ୍ଦ ଯେପରିକି ଅଲ୍ଲାହ, ମସଜିଦ, ରସୁଲ କିମ୍ବା ନବୀର ଇଂରାଜୀ ଅନୁବାଦ ଅବୈଧ ଅଟେ ।

ସେନାରେ ସାମିଲ ହୋଇପାରିବେନି ଟ୍ରାନ୍ସଜେଣ୍ଡର

ଏଠାରେ ଟ୍ରାନ୍ସଜେଣ୍ଡରଙ୍କୁ ଆର୍ମିରେ ସାମିଲ କରିବା ମନା । ଆପଣଙ୍କୁ ଆମେ କହି ରଖୁଛୁ କି, ପାକିସ୍ତାନରେ ଏହି ଲୋକଙ୍କର ସଂଖ୍ୟା ବହୁତ ଅଧିକ ।

ଫାଲତୁ ମେସେଜ ପଠାଇବା ଅପରାଧ

ଏଠାରେ ଆପଣ କୌଣସି ବି ବ୍ୟକ୍ତିଙ୍କୁ ଫାଲତୁ ମେସେଜ ପଠାଇପାରିବେ ନାହିଁ ।ଯଦି ଆପଣ ଏଭଳି କରିବାରେ ଧରା ପଡନ୍ତି ତେବେ ଏଥିପାଇଁ ଆପଣଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିପାରେ ।