କାହିଁକି ଡଲାର ତୁଳନାରେ କମିଯାଉଛି ଭାରତୀୟ ମୁଦ୍ରାର ମୂଲ୍ୟ ? ଏହାଦ୍ୱାରା କେଉଁଭଳି ପରିସ୍ଥିତିର ସାମ୍ମା କରିବାକୁ ପଡିପାରେ ଜାଣିରଖନ୍ତୁ ।

39

ଡଲାର ପରିବର୍ତ୍ତେ ଭାରତୀୟ ଟଙ୍କା ଦିନକୁ ଦିନ କମ୍ ହେବାରେ ଲାଗିଛି । ଦିନକୁ ଦିନ ମହଙ୍ଗା ହେଉଥିବା ଟଙ୍କା ଜନତାଙ୍କ ଉପରେ ଯେଭଳି ପ୍ରଭାବ ପକାଉଛି । ଠିକ୍ ସେପରି ସରକାରଙ୍କ ବଜେଟ୍ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେବେ ଆମେ ଆପଣଙ୍କୁ ଏଭଳି କିଛି ତଥ୍ୟ ଦେବାକୁ ଯାଉଛୁ । ଯେଉଁଥିରୁ ଆପଣ ଜାଣିପାରିବେ ଯେ କେଉଁ କାରଣରୁ ଭାରତୀୟ ମୁଦ୍ରାର ଦାମ୍ କମିବାରେ ଲାଗିଛି ।

ତେବେ ଏଭଳି ସମସ୍ୟାର ଦୁଇଟି ପ୍ରମୁଖ କାରଣ ଥାଇପାରେ । ଗୋଟିଏ ହେଉଛି କଞ୍ଚାମାଲର ବର୍ଦ୍ଧିତ ଦରଦାମ୍ ଏବଂ ଅନ୍ୟଟି ହେଉଛି ଅନ୍ୟ ଦେଶମାନଙ୍କ ସହ ଟ୍ରେଡ୍ ବାରର ଆଶଙ୍କା । ଏହାଦ୍ୱାରା ପେଟ୍ରୋଲ,ଡିଜେଲ୍ ଏବଂ ବିମାନତୈଳର ଦରଦାମରେ ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଯଦି ଏଭଳି ଅବସ୍ଥା ଲଗାତାର ଚାଲୁ ରହେ ତେବେ ପୁନଶ୍ଚ ଆରବିଆଇ ରେପୋ ରେଟ୍ ବୃଦ୍ଧି କରିବା ଭଳି ପଦକ୍ଷେପ ନେବ । ଯାହାଦ୍ୱାରା ସବୁ ପ୍ରକାରର ଲୋନ୍ ନେବାରେ ସମସ୍ୟା ଉପୁଜିବ ।

ପେଟ୍ରୋଲ,ଡିଜେଲ୍ ଦାମ୍ ବଢିବା ଯୋଗୁଁ ପରିବା ରେଟରେ ମଧ୍ୟ ପରିବର୍ତ୍ତନ ଦେଖାଯାଇପାରେ । ଏପରିସ୍ଥଳେ ଅନ୍ୟ ଘରୋଇ କମ୍ପାନୀ ମଧ୍ୟ ଖାଦ୍ର ନାମରେ ଦରଦାମ୍ ବୃଦ୍ଧି କରିବାରେ ପଛଘୁଞ୍ଚା ଦେବେନାହିଁ ।

ତେବେ ସବୁ କ୍ଷେତ୍ରରେ ଯଦି ଦରଦାମ୍ ବୃଦ୍ଧି ହୁଏ ତେବେ ରୋଷେଇ ଗ୍ୟାସ୍ ଏବଂ ପିଏନଜି ଦାମ୍ କାହିଁକି ପଛରେ ରହିବ! ପ୍ରତିଥର ପରି ସିଲିଣ୍ଡର ଗ୍ୟାସରେ ମଧ୍ୟ ଦାମରେ ବୃଦ୍ଧି ଦେଖାଯିବାର ଅଧିକ ସମ୍ଭାବନା ରହିଛି ।

ଆନ୍ତର୍ଜାତିକ ସ୍ତରରେ ଭାରତୀୟ ମୁଦ୍ରା ଦୁର୍ବଳ ହେବା ପରେ ବିଦେଶରେ ମଧ୍ୟ ଏହାର ଦାମ୍ କମିଯାଏ । ତେବେ ଯଦି ଆପଣଙ୍କ ପିଲାମାନଙ୍କୁ ବିଦେଶରେ ପଢାଇବା ପାଇଁ ସ୍ୱପ୍ନ ଦେଖୁଛନ୍ତି ତେବେ ଏବେ ଠାରୁ ହିଁ ପଇସା ଯୋଡିବା ଆରମ୍ଭ କରିଦିଅନ୍ତୁ । ବର୍ତ୍ତମାନ ବିଦେଶରୁ ଆସୁଥିବା କାର୍,ଟି.ଭି ଆଦି ଫର୍ଣ୍ଣିଚରରେ ମଧ୍ୟ ଦରଦାମ୍ ଖୁବ୍ ଅଧିକ ହୋଇପାରେ । ଏଥିସହ ଆପଣଙ୍କ ବିଦେଶ ଯାତ୍ରାରେ ମଧ୍ୟ ଅଧିକ ଟଙ୍କା ଦେବାକୁ ପଡିପାରେ ।