ପ୍ରତିଦିନ ମୁଣ୍ଡବ୍ୟଥାର କାରଣ ହୋଇପାରେ ଘାତକ : ଏହା ପଛରେ ରହିଥାଇ ପାରେ ଏହି ୩ଟି କାରଣ

41

ମୁଣ୍ଡବ୍ୟଥାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଆସନ୍ତୁ ଜାଣିବା ସାଧାରଣ ଭଳି ଲାଗୁଥିବା ମୁଣ୍ଡବିନ୍ଧା କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ ।

ମୁଣ୍ଡବିନ୍ଧା ଷ୍ଟ୍ରୋକ୍ ହେବାର ପୂର୍ବ ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେବାକୁ ଥିଲେ ଆରମ୍ଭରୁ ମୁଣ୍ଡ ଜୋରରେ ବିନ୍ଧା ହୋଇଥାଏ । ପରେ ବାନ୍ତି ହେବା, ଖାଇବାକୁ ଇଚ୍ଛା ନହେବା ଭଳି ସମସ୍ୟା ଦେଖାଯାଇଥାଏ । ଯେତେବେଳେ ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ,ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଇଥାଏ ।

ପ୍ରତିଦିନ ମୁଣ୍ଡ ବିନ୍ଧା ହେବା ଏବଂ ବିନା ଔଷଧରେ ଭଲ ନହେବା ଭଳି ସମସ୍ୟା ମାଇଗ୍ରେନର ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେଲେ ମୁଣ୍ଡର ଏକ ଭାଗରେ ଜୋରରେ କମ୍ପନ ହେଉଥିବା ଭଳି ଅନୁଭବ ହୋଇଥାଏ ।

ଶରୀରରେ ଜଳୀୟଅଂଶ କମ ହେଲେ ମଧ୍ୟ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ । କେବଳ ଖରାଦିନେ ନୁହେଁ । ବରଂ ଶୀତ ଦିନେ ମଧ୍ୟ ଶରୀରକୁ ଅଧିକ ପାଣି ଦରକାର ହୋଇଥାଏ । ଯାହା ପାଇଁ ପ୍ରତିଦିନ ଏବଂ ପ୍ରତି ଋତୁରେ ଅତି କମରେ ୮-୧୦ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ ।