କରଞ୍ଜିଆ ଠାକୁରମୁଣ୍ଡାରେ ଯାତ୍ରା ଦେଖି ଫେରୁଥିବାବେଳେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ : ଜବରଦସ୍ତ ମଦ ପିଆଇ ଉଠାଇନେଇଥିବା ଅଭିଯୋଗ, ଜଣେ ଅଟକ

127

କନକ ବ୍ୟୁରୋ : ପୁଣି ଏକ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଘଟିଛି ଏପରି ଅଭାବନୀୟ ଘଟଣା । ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକାକୁ କିଛି ଦୁର୍ବୃତ୍ତ ନିଶା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଉଡା ଯାତ୍ରା ଦେଖିବାକୁ ନାବାଳିକା ଜଣକ ଠାକୁରମୁଣ୍ଡାକୁ ଆସିଥିଲେ ।

ବିଳମ୍ବିତ ରାତିରେ ତାଙ୍କୁ ଏକୁଟିଆ ପାଇ ଦୁର୍ବୃତ୍ତମାନେ ଉଠାଇ ନେଇ ଜୋର ଜବରଦସ୍ତ ନିଶା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାତିରେ ପୋଲିସ ଖବର ପାଇ ପୀଡିତା ନାବାଳିକାଙ୍କୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛି । ତେବେ ଏହି ଘଟଣାକୁ ନେଇ ଆଜି ଆଦିବାସୀ ସୁରକ୍ଷା ମଂଚ ପକ୍ଷରୁ ଠାକୁରମୁଣ୍ଡା ବନ୍ଦ ଡାକରା ଦିଆଯାଇଛି । ପୀଡିତାଙ୍କୁ ନ୍ୟାୟ ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି ।

ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଥିଲା ଭୂବନେଶ୍ୱର କ୍ୟାପିଟାଲ ଥାନା ଆଦିବାସୀ ପଡିଆ ବସ୍ତି ଅଞ୍ଚଳରେ । ନିଜ ୧୦ ବର୍ଷୀୟ ଝିଅକୁ ବଳାତ୍କାର କରିଥିଲା ବାପା । ୧୦ ବର୍ଷୀୟ ଝିଅଟିର ମା ଘରେ ନଥିବା ବେଳେ ସୋମବାର ରାତିରେ ବାପା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲା । ଆଉ ଏହା ପରେ ଝିଅକୁ ନିଜ ଶୋଇବା ଘରକୁ ଟେକି ନେଇ ବଳାତ୍କାର କରିଥିଲା । ଝିଅଟିର ମା ଘଟଣା ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖିଛି ।