ନିଆଳି ପରେ କଳାହାଣ୍ଡି ! ମେଣ୍ଢାକୁ ମାରି କଲିଜା ଖାଉଛି ଅଜଣା ଜନ୍ତୁ

26

କନକ ବ୍ୟୁରୋ : ନିଆଳି ପରେ ଏବେ କଳାହାଣ୍ଡିରେ ଅଜଣା ଜନ୍ତୁ ଆତଙ୍କ । ଜିଲ୍ଲାର କଲମପୁର ପଣ୍ଡିଗାଁରେ ଅଜଣା ଜନ୍ତୁ ମେଣ୍ଢା ମାରୁଥିବା ନେଇ ଅଭିଯୋଗ ହୋଇଛି । ଗାଁର ଜଣଙ୍କ ଗୁହାଳରୁ ଦୁଇଟି ମେଣ୍ଢାକୁ ନେଇଯାଇ ଗୋଟିଏ ମେଣ୍ଢାର କଲିଜା ଖାଇଦେଇ ଛାଡି ଚାଲିଯାଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି । ଏନେଇ ବନବିଭାଗ କର୍ମଚାରୀଙ୍କୁ ଅବଗତ କରିବା ପରେ ବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ନିଆଳିର ମେଣ୍ଢା ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏବେ ଏପରି ଘଟଣାକୁ ନେଇ କଲମପୁରରେ ଲୋକେ ଅଜଣା ଜନ୍ତୁ ମେଣ୍ଢାକୁ ମାରୁଥିବା ଅଭିଯୋଗ କରିଛନ୍ତି ।