ଆଇପିଏଲ ସିିଜିନ-୧୧ର ସବୁଠାରୁ ବୟସ୍କ ଟିମ୍ ! ଅଧିକାଂଶ ଖେଳାଳିଙ୍କ ବୟସ ୩୦ ପାର

72

ଆଇପିଏଲ ସିଜନ-୧୧ ପାଇଁ ହେଉଥିବା ଖେଳାଳି ନିଲାମୀର ଦ୍ୱିତୀୟ ଦିନରେ ଭାରତୀୟ ଯୁବ ତାରକାଙ୍କ ଉପରେ ଫ୍ରାଞ୍ଚାଇଜ ଟଙ୍କାର ବର୍ଷା କରୁଛନ୍ତି । ଚଳିତ ସିଜିନରେ ଯୁବ ଖେଳାଳିଙ୍କ ଉପରେ ଅଧିକାଂଶ ଫ୍ରାଞ୍ଚାଇଜର ନଜର ରହିଛି । ଏପରିକି ଯୁବ ଷ୍ଟାରଙ୍କୁ କିଣିବା ପାଇଁ ଅଧିକାଂଶ ଫ୍ରାଞ୍ଚାଇଜ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏସବୁ ଫ୍ରାଞ୍ଚାଇଜ ଭିତରେ ଏକ ବ୍ୟତିକ୍ରମ ଦଳ ଭାବେ ଉଭା ହୋଇଛି ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ସିଜିନ-୧୧ରେ ଚେନ୍ନାଇ ସୁପର କିଙ୍ଗସ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳିଙ୍କ ବୟସ ଏବେ ୩୦ ବର୍ଷରୁ ଉଦ୍ଧ୍ୱର୍ । ତେଣୁ ଆଇପିଏଲ-୧୧ରେ ଚେନ୍ନାଇ ସୁପର କିଙ୍ଗସକୁ ବୟସ୍କ ଦଳ ବୋଲି କୁହାଯାଉଛି ।

Chennai-Super-Kings-Winners-of-IPL-2010-Championshipଚେନ୍ନାଇ ସୁପର କିଙ୍ଗସକୁ ଦୀର୍ଘ ୨ ବର୍ଷ ପରେ ଫେରିଥିବା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଦୁଇଥର ଆଇପିଏଲ ଚାମ୍ପିୟନ ଟ୍ରଫି ମଧ୍ୟ ହାସଲ କରିଛି । ତେଣୁ ଚେନ୍ନାଇ ପାଇଁ ଧୋନି ପ୍ରଥମ ପସନ୍ଦର ଖେଳାଳି । ଚେନ୍ନାଇ ଟିମରେ ସ୍ଥାନ ପାଇଥିବା ୧୧ ଜଣ ଖେଳାଳିଙ୍କ ହାରାହାରି ବୟସ ୩୪ ବର୍ଷ । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଚେନ୍ନାଇ ଟିମର ୧୦ ଜଣ ଖେଳାଳିଙ୍କ ବୟସ ୩୦ ବର୍ଷରୁ ଉଦ୍ଧ୍ୱର୍ ।

ଚେନ୍ନାଇ ସୁପରକିଙ୍ଗସର ସବୁଠାରୁ ଅଧିକ ବୟସର ଖେଳାଳି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଇମରାନ ତାହିର । ତାହିରଙ୍କ ବୟସ ଏବେ ୩୮ ଉପରେ । ତେବେ ସବୁଠାରୁ କମ ବୟସ୍କ ଭାବେ ଖେଳାଳି ଭାବେ ଭାରତୀୟ ଅଲରାଉଣ୍ଟର ରବୀନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗସରେ ସ୍ଥାନ ପାଇଛନ୍ତି । ସେହିଭଳି ୩୦ ବର୍ଷ ପାର କରିଥିବା ଖେଳାଳିଙ୍କ ମଧ୍ୟରେ ସୁରେଶ ରୈନା(୩୧) , ସେନ ୱାଟସନ(୩୬), ଡ୍ୱେନ ବ୍ରାଭୋ(୩୬) ମଧ୍ୟ ସାମିଲ ଅଛନ୍ତି ।

ଏହାଛଡା ଚଳିତବର୍ଷ ଚେନ୍ନାଇ ଦଳ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ସ୍ପିନ ଯାଦୁଗର ହରଭଜନ ସିଂହଙ୍କୁ କିଣିଛି । ଭଜିଙ୍କୁ ୨ କୋଟି ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଭଜି ମଧ୍ୟ ୩୦ ବର୍ଷରୁ ଉଦ୍ଧ୍ୱର୍ କ୍ଲବରେ ସାମିଲ ହୋଇଛନ୍ତି । ଭଜି ୩୬ ବର୍ଷ ବୟସରେ ପାଦ ଦେଇଥିବା ବେଳେ ଚେନ୍ନାଇ ସୁପରକିଙ୍ଗସରେ ସାମିଲ ହୋଇଥିବା କେଦାର ଯାଦବ(୩୨), ଅମ୍ବାତି ରାୟଡୁ(୩୨), ଫାଫ୍ ଡୁ ପ୍ଲେସିସ(୩୩), କର୍ଣ୍ଣ ଶର୍ମା(୩୦) ମଧ୍ୟ ୩୦ ବର୍ଷରୁ ଉଦ୍ଧ୍ୱର୍ କ୍ଲବରେ ଯୋଗ ଦେଇସାରିଛନ୍ତି । ତେବେ ଦୁଇବର୍ଷ ପରେ ଆଇପିଏଲକୁ ଫେରିଥିବା ଚେନ୍ନାଇ ସୁପରକିଙ୍ଗସ ଉପରେ ଏବେ ଅଧିକାଂଶ କ୍ରିକେଟ ପ୍ରେମୀଙ୍କର ନଜର ରହିଛି ।