ଜାଣନ୍ତୁ ଦୁନିଆର ସବୁଠାରୁ ଅଳସୁଆ ଦେଶ କିଏ ? ଭାରତ ମଧ୍ୟ ଏହି ସୂଚିରେ ରହିଛି ସାମିଲ ।

48

ଆମେରିକୀୟ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ରିସର୍ଚ୍ଚରୁ ଜଣାପଡିଛି ଦୁନିଆର ସବୁଠାରୁ ଅଳସୁଆ ଦେଶ ବିଷୟରେ । ରିସର୍ଚ୍ଚ ଅନୁସାରେ ହଂକଂ ଦୁନିଆର ସବୁଠାରୁ କ୍ରିୟାଶୀଳ ଦେଶ ହୋଇଥିବା ବେଳେ ଇଣ୍ଡୋରନେସିଆ ଦୁନିଆର ସବୁଠାରୁ ଅଳସୁଆ ଦେଶ ଭାବେ ପରିଗଣିତ ।

୪୬ ଦେଶକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ଭାରତକୁ ମଧ୍ୟ ଦୁନିଆର ସବୁଠାରୁ ଅଳସୁଆ ଦେଶ ସୂଚିରେ ସାମିଲ କରାଯାଇଛି । ଯେଉଁଥିରେ ଭାରତ ୩୯ ନମ୍ବରରେ ରହିଛି । ଭାରତରେ ଜଣେ ବ୍ୟକ୍ତି ପ୍ରତିଦିନ ପ୍ରାୟ ୪୨୯୭ ପାଦ ଚାଲୁଥିବା ବେଳେ ସବୁଠାରୁ ଅଧିକ ପାଦ ହଂକଂର ଲୋକମାନେ ଚାଲିଥାନ୍ତି । ହଂକଂରେ ଜଣେ ବ୍ୟକ୍ତି ପ୍ରତିଦିନ ୬୮୮୦ ପାଦ ଚାଲିଥାଏ । କିନ୍ତୁ ଅନ୍ୟପଟେ ଇଣ୍ଡୋରନେସିଆର ଜଣେ ବ୍ୟକ୍ତି ପ୍ରତିଦିନ ୩୫୧୩ ପାଦ ଚାଲିଥାଏ । ତେଣୁ ଅନ୍ୟ ଦେଶ ମାନଙ୍କ ଠାରୁ ଇଣ୍ଡୋରନେସିଆକୁ ସବୁଠାରୁ ଅଳସୁଆ ଦେଶ ଭାବେ ବିବେଚିତ କରି ଅଳସୁଆ ଦେଶ ସୂଚିରେ ସର୍ବାଧିକ ସ୍ଥାନ ଦିଆଯାଇଛି ।

କିପରି ହେଲା ରିସର୍ଚ୍ଚ

ଅଧିକାସଂ ସ୍ମାର୍ଟଫୋନରେ ଏକ୍ସେଲେରୋମିଟରର ସୁବିଧା ରହିଛି । ଯହାଦ୍ୱାରା ବ୍ୟକ୍ତି କେତେ ପାଦ ଚାଲୁଛି ତାହା ଆକଳନ କରାଯାଇ ପାରିଥାଏ । ରିସର୍ଚ୍ଚ ଟିମ୍ ୪୬ ଦେଶରୁ ପ୍ରାୟ ୭ ଲକ୍ଷ ଲୋକଙ୍କ ତଥ୍ୟ ଏକାଠି କରିଥିଲା ଯେଉଁମାନେକି ଅର୍ଗସ ଆକ୍ଟିଭିଟି ମନିଟରିଂ ଆପ ବ୍ୟବହାର କରୁଥିଲେ । ରିସର୍ଚ୍ଚ ଟିମରେ ସାମିଲ ରହିଥିବା ବାୟୋ ଇଞ୍ଜିନିୟରିଂର ପ୍ରଫେସର ସ୍କଟ ଡେଲ୍ପ କହିଛନ୍ତି, ଏହି ଅଧ୍ୟୟନ ମାନବ ବିକାଶ ଉପରେ କରାଯାଇଥିବା ଅନ୍ୟ କୌଣସି ରିସର୍ଚ୍ଚ ଠାରୁ ୧୦୦୦ ଗୁଣା ବଡ । ପୂର୍ବରୁ ଏହି ଭଳିି ଅନେକ ରିସର୍ଚ୍ଚ କରାଯାଇଛି କିନ୍ତୁ ଏହି ଅଧ୍ୟୟନରେ ଅଧିକ ଦେଶର ତଥ୍ୟ ଏକାଠି କରାଯାଇଛି । ଏହି ରିସର୍ଚ୍ଚ ମାଧ୍ୟମରେ ଗତିବିଧି, ବ୍ୟବହାର ଏବଂ ଅନ୍ୟାନ୍ୟ ବେଶେଷତା ଉପରେ ନଜର ରଖାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା । କେବଳ ସେତିକି ନୁହେଁ ଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣା ପଡିଥିଲା ପୁରୁଷ ମାନଙ୍କ ଅପେକ୍ଷା ଫିଟନେସ ମାମଲାରେ ନାରୀ ମାନେ ସବୁଠାରୁ ପଛରେ ରହିଛନ୍ତି ।

ସମ୍ପୁର୍ଣ୍ଣ ଲିଷ୍ଟ

ହଂକଂ ୬୮୮୦ (ସବୁଠାରୁ ଫିଟ ଦେଶ)
ଚୀନ ୬୧୮୯
ୟୁକ୍ରିନ ୬୧୦୭
ଋଷ ୫୯୬୯
ବ୍ରିଟେନ ୫୪୪୪
ଭାରତ ୪୨୯୭
ମାଲେସିଆ ୩୯୬୩
ଇଣ୍ଡୋରନେସିଆ ୩୫୧୩ (ସବୁଠାରୁ ଅଳସୁଆ ଦେଶ)