ଦୁର୍ଘଟଣାର ଶିକାର ହେଲେ ପରିବାର ଲୋକ ଓ ପୋଲିସକୁ ମିଳିବ ସୂଚନା ! ଫରୀଦାବାଦର ଜଣେ ଇଞ୍ଜିନିୟର ବିକଶିତ କଲେ ମୋବାଇଲ ଆପ୍

84

ଜାତୀୟ କ୍ରାଇମ ରେକର୍ଡ଼ ଅନୁସାରେ ଆମ ଦେଶ ଭାରତରେ ପ୍ରତି ଘଂଟାରେ ପ୍ରାୟ ୧୬ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ତେବେ ସବୁଠାରୁ ଦୁଃଖର କଥା ହେଲା ଦୁର୍ଘଟଣା ହେବା ପରେ ଉଚିତ ସମୟରେ ଚିକିତ୍ସା ନପାଇ ଅନେକ ଲୋକ ପ୍ରାଣ ହରାଉଛନ୍ତି । ତେବେ ଏଥିପାଇଁ ଆଉ ଚିନ୍ତା କରିବା ପାଇଁ ପଡ଼ିବ ନାହିଁ । କାରଣ ଦୁର୍ଘଟଣାଗ୍ରସ୍ତ ହେଲେ ପରିବାର ଓ ପୁଲିସକୁ ସୂଚନା ଦେବ ଏକ ଆପ୍ । ଫରୀଦାବାଦର ଜଣେ ମେକାନିକାଲ ଇଞ୍ଜିନିୟର ଭାରତ ଭୂଷଣ ଗାଡ଼ି ପାଇଁ ଏକ୍ସିଆଲର୍ଟ ନାମକ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ କୌଣସି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଚାଳକଙ୍କ ପରିବାର ଲୋକ, ଅଖପାଖ ମେଡ଼ିକାଲ, ଓ ପୁଲିସ କଣ୍ଟ୍ରୋଲ ରୁମକୁ ସୂଚିତ କରିବ । ଯାଦ୍ୱଦ୍ୱାରା ଖୁବ ଶ୍ରୀଘ୍ର ଏହି ସବୁ ସୂତ୍ରରୁ ସାହାଯ୍ୟ ମିଳିପାରିବ । ଯାହାଦ୍ୱାରା ଲୋକଙ୍କୁ ବଞ୍ଚାିବା ପାଇଁ ଏହି ଆପ ବହୁତ ଜରୁରୀ ଓ ସହାୟକ ହେବ ।

ଫରୀଦାବାଦର ସେକ୍ଟର-୨୮ ନିବାସୀ ମେକାନିକାଲ ଇଞ୍ଜିନିୟର ଭାରତ ଭୂଷଣଙ୍କ ଅନୁସାରେ ଏହି ଆପକୁ ମୋବାଇଲରେ ଇନଷ୍ଟୋଲ କରିବା ସମୟରେ ଚାଳକକୁ ନିଜର ନାମ, ଠିକଣା, ବ୍ଲଡ଼୍ ଗ୍ରୁପ୍, ପରିବାର କିମ୍ବା ବନ୍ଧୁଙ୍କ ଫୋନ ନମ୍ବର, ଆଦି ସୂଚନା ଦେବାକୁ ପଡ଼ିବ । ଆପ ଇନଷ୍ଟୋଲ କରିବା ପରେ ଗାଡ଼ିରେ ସେନ୍ସର ଲଗାଇ ଆପ ସହ ଯୋଡ଼ା ଯିବ । ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ସେନ୍ସର ଆପକୁ ଆପେ ଆପେ ଚାଲୁ କରିଦେବ । ଏହାଦ୍ୱାରା ଆପରେ ଯୋଡ଼ି ହୋଇଥିବା ବିପ୍ ସିଷ୍ଟମ ସୂଚନା ଦେବ । ଚାଳକ ହୋସରେ ଥିଲେ ସେ ବିପକୁ ବନ୍ଦ କରି ଆପକୁ ରୋକି ପାରିବେ।

ଯଦି ୩୦ ସେକେଣ୍ଡ ପର୍ଯ୍ୟନ୍ତ ଚାଳକ ବିପ୍ ବନ୍ଦ ନକରନ୍ତି, ତେବେ ତାହା ପରିବାର ଲୋକ ଓ ବନ୍ଧୁ ପରିଜନଙ୍କ ମୋବାଇଲକୁ ଏକ ରେକର୍ଡ଼ିଙ୍ଗ କଲ କରିବ । ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନ ବିଷୟରେ ଖବର ଦେବ । ଯେଉଁଠି ଆଖପାଖମେଡ଼ିକାଲର ଫୋନ ନମ୍ବ ଓ ଠିକଣା ମଧ୍ୟ ଥିବ । ମେଡ଼ିକାଲ ଓ ପୋଲିସ ପାଖୁ ମଧ୍ୟ ଏହି ରେକଡ଼ିଙ୍ଗ୍ କଲ ଯିବ ।

ସୂଚନା ଅନୁସାରେ ଏହି ଆପକୁ ବିକଶିତ କରିବା ପାଇଁ ଭାରତ ଭୂଷଣଙ୍କୁ ଲାଗିଥିଲା ୪ ବର୍ଷ । ସବୁ ପ୍ରକାର ବାହନରେ ଲଗାଯାଇପାରିବ ଏହି ଆପ୍ । ଏବେ ପର୍ଯ୍ୟନ୍ତ ପାଖାପାଖି ୫୦ ଜଣ ଗାଡ଼ି ଚାଳକ ଏହି ଆପକୁ ଇନଷ୍ଟୋଲ କରିଛନ୍ତି ଓ ଗାଡ଼ିରେ ସେନ୍ସର ଲଗାଇ ସାରିଛନ୍ତି । ତେବେ ଏହି ଆପ ଯୋଗୁଁ ଅନେକ ଲୋକ ଜୀବନ ବଞ୍ଚିପାରିବ ବୋଲି ଆଶା କରାଯାଉଛି । ଆଉ ଭାରତ ଭୂଷଣଙ୍କ ଏହି ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ ।