ନଗର ପରିକ୍ରମା ଶୋଭାଯାତ୍ରାରେ ଦୁଲୁକୁଛି ସମ୍ବଲପୁର : ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କରୁଛନ୍ତି ଲକ୍ଷାଧକ ଭକ୍ତ, ଆଜି ଦିନସାରା ଚାଲିବ ଶୋଭାଯାତ୍ରା

25

କନକ ବ୍ୟୁରୋ: ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବଦେବ ମହାଦେବ ଓ ଜଗତଜନନୀ ମା ପାର୍ବତୀଙ୍କ ବିବାହ ପରେ ଗତରାତିରୁ ନଗର ପରିକ୍ରମାରେ ବାହାରିଛନ୍ତି ଦେବଦମ୍ପତି । ଯୁଗଳ ଦର୍ଶନ ଦେଉଛନ୍ତି ହରପାର୍ବତୀ । ମାତା ପାର୍ବତୀ ଓ ନନ୍ଦପଡାର ବାଲୁଙ୍କେଶ୍ୱର ବାବା, ଝାଡୁଆପଡାର ବାବା ଲୋକନାଥ, ମୁଦିପଡାର ଜାଗେଶ୍ୱର ବାବା, ବଡବଜାରର ଶୀତଳେଶ୍ୱର ବାବା, ଏବଂ ଠାକୁରପଡାର ଗୁପ୍ତେଶ୍ୱର ବାବାଙ୍କର ଭବ୍ୟ ଶୋଭାଯାତ୍ରା ବାହାରିଛି ।

ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଶ ହଜାର କଳାକାର । ସେମାନଙ୍କ ଦ୍ୱାର ପରିବେଷିତ ବାଦ୍ୟ, ନୃତ୍ୟ, ନାଟ୍ୟରୂପ, ମେଲୋଡି ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ । ନାନା ପ୍ରକାରର ମୂର୍ତି, ପଜ୍ଞାପନ ମେଢ଼ ଓ କଳାକୃତି ଶୋଭାଯାତ୍ରାଗୁଡିକୁ ଅଧିକ ଆକର୍ଷଣୀୟ କରିଛି । ଆଜି ଦିନ ସାରା ଶୋଭାଯାତ୍ରାରେ ଦର୍ଶନ ଦେବେ ଯୁଗଳମୂର୍ତି । ସନ୍ଧ୍ୟାରେ ମହାଆଳତି ଓ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ । ଏହି ୫ଟି ବିଶାଳ ଶୋଭାଯାତ୍ରା ବ୍ୟତୀତ ଅନେକ ପଡାର ଶୀତଳଷଷ୍ଠୀ ଯାତ୍ରାରେ ସମଗ୍ର ସମ୍ବଲପୁର ସହର ଉତ୍ସବମୁଖର ହୋଇପଡିଛି । ଆର୍ଶୀବାଦ ପାଇଁ ସମ୍ବଲପୁର ସହରକୁ ଛୁଟିଛି ଲୋକଙ୍କ ସୁଅ ।

ନବଯୌବନରେ ସୁଶୋଭିତ ମହାରୁଦ୍ର ଏବଂ ମହାମାୟାଙ୍କ ଯୁଗଳ ମୂର୍ତ୍ତି ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ଭକ୍ତଙ୍କୁ ଦର୍ଶନ ଦେବାକୁ। ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦେବଦମ୍ପତିଙ୍କ ଆଶୀର୍ବାଦ ପାଇବା ପାଇଁ ସମ୍ବଲପୁର ସହରକୁ ଛୁଟିଛି ଲୋକଙ୍କ ସୂଅ। ମଙ୍ଗଳବାର ମଧ୍ୟରାତ୍ରି ସୁଦ୍ଧା ସମ୍ବଲପୁର ସହର ହୋଇ ଉଠିଛି ଲୋକାରଣ୍ୟ। ଲକ୍ଷାଧିକ ଲୋକଙ୍କ ଭିଡ଼ରେ ସମ୍ବଲପୁରର ଅଣଓସାରିଆ ନିର୍ମାଣାଧୀନ ରାସ୍ତା ଗୁଡ଼ିକ ଖୁନ୍ଦି ହୋଇଯାଇଛି। ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷଲକ୍ଷ ଲୋକଙ୍କ ସହ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଶ ହଜାର କଳାକାର। ସେମାନଙ୍କ ଦ୍ଵାରା ପରିବେଷିତ ବାଦ୍ୟ, ନୃତ୍ୟ, ନାଟ୍ୟରୂପ, ମେଲୋଡ଼ି ଓ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ। ନାନା ପ୍ରକାରର ମୂର୍ତ୍ତି, ପ୍ରଜ୍ଞାପନ ମେଢ଼ ଓ କଳାକୃତି ଶୋଭାଯାତ୍ରାଗୁଡ଼ିକୁ ଅଧିକ ଆକର୍ଷଣୀୟ କରିଛି। ଏହାବ୍ୟତୀତ ସହରରେ ଲାଗିଥିବା ମିନାବଜାର, ହସ୍ତଶିଳ୍ପ ମେଳା ଆଦି ଲୋକଙ୍କ ପାଇଁ ମନୋରଂଜନ ଓ କିଣାବିକାର ସୁଯୋଗ ସୃଷ୍ଟି କରିଛି। ଯାତ୍ରା ଦେଖିବାକୁ ଆସିଥିବା ଲକ୍ଷାଧିକ ଲୋକ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ହାତ ଖୋଲି ଖର୍ଚ୍ଚ କରୁଥିବାରୁ ବେପାରୀମାନେ ବିଶେଷ କରି ରାସ୍ତାକଡ଼ ବିକାଳିମାନେ ବେଶ ଦୁଇପଇସା ଲାଭ କରୁଛନ୍ତି। ରବିବାର ମଧ୍ୟ ରାତ୍ରିରେ ବାହାରିଥିବା ଯୁଗଳ ଦର୍ଶନ ଶୋଭାଯାତ୍ରା ସୋମବାର ଭୋର ପର୍ଯ୍ୟନ୍ତ ଚାଲିବ। ୪ ଘଣ୍ଟାର ବିଶ୍ରାମ ପରେ ଆଜି ସକାଳ ୯ଟାରେ ପୁଣି ଆରମ୍ଭ ହୋଇ ଦିନସାରା ଚାଲିବ। ମଙ୍ଗଳବାର ସଂଧ୍ୟାରେ ମହାଆଳତି ଓ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ଶେଷ ହେବ।