ଖାଲି ଚର୍ଚ୍ଚିତ ହେବା ପାଇଁ ହୋଇଥିଲା ବାହାଘର ! ପ୍ରଧାନମନ୍ତ୍ରୀ ମୋଦିଙ୍କ କାରଣରୁ ବିବାହ କରିଥିବା କଥା କହି ସୋସିଆଲ୍ ମିଡିଆରେ ଲୋକପ୍ରିୟ ହୋଇଥିବା ବ୍ୟକ୍ତିଙ୍କ ଉପରେ ଯୁବତୀ ଲଗାଇଲେ ଉତ୍ପୀଡନର ଅଭିଯୋଗ ।

313

ବିଗତ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଏକ ଫଟୋ ଭାଇରାଲ୍ ହେଉଛି । ଏହି ଫଟୋରେ ନମୋ ଟିସର୍ଟ ପିନ୍ଧିଥିବା ଦୁଇ ପ୍ରେମୀଯୁଗଳଙ୍କ ଫଟୋ ରହିଛି । ଫଟୋ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇ ଏକ ପୋଷ୍ଟ ବି ଲେଖାଯାଇଛି । ପୋଷ୍ଟରେ ଜୟଦେବ ନାମକ ଏହି ବ୍ୟକ୍ତି ଲେଖିଛନ୍ତି ଯେ , ନରେନ୍ଦ୍ର ମୋଦି ଜୀ ଆପଣଙ୍କ କାରଣରୁ ଆଜି ଆମେ ବିବାହ ବନ୍ଧନରେ ଆବଦ୍ଧ ହୋଇଛୁ । ମୁଁ ରାହୁଲ୍ ଗାନ୍ଧିଙ୍କ ଫେସବୁକ୍ ପେଜରେ ଆପଣଙ୍କୁ ସମର୍ଥନ କରି କମେଣ୍ଟ କରିଥିଲି ଏବଂ ଏହି ସୁନ୍ଦର ଯୁବତୀ ଜଣକ ମୋ ପୋଷ୍ଟକୁ ଲାଇକ୍ କରିଥିଲେ । ଏହା ପରଠାରୁ ଆମ ଦୁହିଁଙ୍କ ଭିତରେ କଥାବାର୍ତ୍ତା ହୋଇଥିଲା,ଆମ ଦୁହିଁଙ୍କ ଭିତରେ ଦେଖାସାକ୍ଷାତ ପରେ ଦୁହେଁ ମୋଦିଙ୍କୁ ସମର୍ଥନ କରୁଥିବା କଥା ବି ଜାଣିପାରିଥିଲୁ । ଆମେ ଦୁହେଁ ଭାରତ ପାଇଁ ବଚିଂବାକୁ ଚାହୁଁଛୁ ସେଥିପାଇଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲୁ ।

ଏହି ଟ୍ୱିଟ୍ ପରେ ମୋଦିଙ୍କ ସପୋର୍ଟର ଏହି ପୋଷ୍ଟକୁ ବହୁତ ସେୟାର୍ କରିଥିଲେ । ଏହି ସନ୍ଦେଶ ପାଇବା ପରେ ଶୁଭକାମନାର ସୁଅ ଛୁଟିବା ସହ ହେଟର ମାନେ ମଧ୍ୟ ଗାଳି କରିଥିଲେ । ଟ୍ରୋଲରେ ବିଗିଡି ଜୟ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । କିନ୍ତୁ କିଛି ସମୟ ପରେ ସେ ପୁଣି ଏହି ଫଟୋକୁ ପୋଷ୍ଟ୍ କରିଥିଲେ । ରାତାରାତି ଜୟଦେବଙ୍କ ଏହି ପୋଷ୍ଟ୍ କୁ ଖୁବ୍ ଭାଇରାଲ୍ କରାଗଲା କିନ୍ତୁ ଏହି ମାମଲାର ଅନ୍ୟ ଏକ କଥା ଏବେ ସାମ୍ନାକୁ ଆସିଛି । ଫଟୋରେ ଜୟଦେବଙ୍କ ସହ ଅଲ୍ପିକା ପାଣ୍ଡେ ନାମକ ଏହି ଯୁବତୀ ଅସଲ ଫଟୋଟିକୁ ଟ୍ୱିଟ୍ କରିଥିଲେ । ଜୟଦେବ ଏହି ଫଟୋଟିକୁ କ୍ରପ୍ କରି ପକାଇଥିଲେ କିନ୍ତୁ ଅଲ୍ପିକା ସମ୍ପୁର୍ଣ୍ଣ ଫଟୋଟିକୁ ପୋଷ୍ଟ କରିଥିଲେ ।

ସେ କହିଥିଲେ , “ ଯେ ମୋ ବୟସ ୧୮ ବର୍ଷ ଏବଂ ଜୟଦେବଙ୍କ ୨୯ । ସେ ମୋ ବିନା ଅନୁମତିରେ ଏହି ଫଟୋକୁ ସେୟାର୍ କରିଥିଲେ । ସେ ବିଜେପିକୁ ଫଲୋ କରିବା ସହ ନିଜର ଇମେଜକୁ ସୋସିଆଲ୍ ମିଡିଆରେ ଚମକାଇବାକୁ ଚାହୁଁଥିଲେ ତେଣୁ ଏଭଳି କରିଥିଲେ । ଏହି ବ୍ୟକ୍ତି ମାନସିକ ଏବଂ ଶାରୀରିକ ରୁପରେ ମୋତେ ବହୁତ ପ୍ରତାଡିତ କରିଛନ୍ତି । ମୁଁ ଏଥିପାଇଁ ଆତ୍ମହତ୍ୟା କରିବାକୁ ମଧ୍ୟ ପ୍ରୟାସ କରିଛି । ମୋତେ ଜୟଦେବଙ୍କ ପରିବାର ତରଫରୁ ମଧ୍ୟ ସପୋର୍ଟ ମିଳୁନଥିଲା । ବାହାରକୁ ଯିବା ପାଇଁ ବାରଣ କରିବା ସହ ସବୁ ସମୟରେ କେହି ନା କେହି ମୋ ସାଙ୍ଗରେ ରହୁଥିଲେ । ସେ କେବେ ବି ମୋ ସମ୍ମାନ କରୁନଥିଲେ ଏବଂ ମୋତେ ପ୍ରତାଡିତ କରୁଥିଲେ । ମୋତେ ତ ଜୟଦେବଙ୍କ ପ୍ରେମ ଉପରେ ଏବେ ଭରସା ଉଙ୍ଖିଗଲାଣି କ’ଣ ସତରେ ଭକ୍ତିର ନାଁରେ ମୋଦି ଭକ୍ତ ଏଭଳି କାମ କରୁଛନ୍ତି?”