ବିଜେପିର ବିଜୟ ପାଇଁ ନିଜକୁ ବଦଳାଇ ଦେଇଥିଲେ ଦେଓଧର ! ଜାଣନ୍ତୁ ଏହି ବ୍ୟକ୍ତି ଜଣକ କିଏ

62

କନକ ବ୍ୟୁରୋ: ଅଗରତାଲାରେ ୫୦୦ ଦିନ ବାସ କରିବା, ନୂଆ ଖାଦ୍ୟପାନୀୟ ଗ୍ରହଣ କରିବା, ସ୍ଥାନୀୟ ଭାଷା ଶିଖିବା- ସୁନୀଲ ଦେଓଧରଙ୍କ ଏଭଳି ଆତ୍ମନିବେଶ ଯୋଗୁଁ ହିଁ ଅପରାଜେୟ ମନେ ହେଉଥିବା ମାଣିକ ସରକାରଙ୍କୁ ପରାସ୍ତ କରାଇ ତ୍ରିପୁରାରେ ବିଜେପିକୁ ଆଣି ଦେଲା ଐତିହାସିକ ବିଜୟ । ୨୦୦୫ରେ ଅସ୍ଥାୟୀ ଭାବେ ବିଜେପିକୁ ଅଣାଯାଇଥିବା ଆରଏସଏସର ପ୍ରଚାରକ ନିଜର ଏନଜିଓ ମାଧ୍ୟମରେ ଲୋକମାନଙ୍କର ନିକଟତର ହୋଇପାରିଥିଲେ । ଯାଯାବର ପିଲାମାନଙ୍କୁ ଥଇଥାନ କରୁଥିବା ତାଙ୍କର ଏନଜିଓ ‘ମାଇଁ ହୋମ୍ ଇଣ୍ଡିଆ’ ଏହି କାମରେ ତାଙ୍କୁ ବିଶେଷ ସହାୟତା କରିଥିଲା । ତାଙ୍କ ଯୋଗୁଁ ହିଁ ବାରମ୍ବାର କେନ୍ଦ୍ରମନ୍ତ୍ରୀମାନଙ୍କ ପରିଦର୍ଶନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ ଶାହା ଏହି ରାଜ୍ୟକୁ ଅନେକ ଥର ଗସ୍ତ କରିଥିଲେ।

ଦେଓଧର ହେଉଛନ୍ତି ମହାରାଷ୍ଟ୍ରର ମୂଳ ବାସିନ୍ଦା । ୨୦୧୪ରେ ମୋଦି ନିର୍ବାଚନ ଲଢ଼ିବା ବେଳେ ସେ ବାରାଣସୀ ଦାୟିତ୍ୱରେ ଥିଲେ । ପରେ ଶାହା ତାଙ୍କୁ ତ୍ରିପୁରାର କଠିନ ଦାୟିତ୍ୱ ଦେଇଥିଲେ । ଜଣେ ପ୍ରଚାରକ ହିସାବରେ ଦେଓଧର ୧୯୯୦ ଦଶକରେ ଉତ୍ତର-ପୂର୍ବରେ ବିଶେଷ କରି ମେଘାଳୟରେ ଖୁବ୍ ପରିଶ୍ରମ କରିଥିଲେ । ଦେଓଧର କହନ୍ତି: ଏ ବିଜୟ କେତେ ଜଣ ଦଳୀୟ ନେତାଙ୍କ ସାମୁହିକ ଉଦ୍ୟମ ।

ଦେଓଧର ତ୍ରିପୁରାର ଦାୟିତ୍ୱ ବହନ କରିବା ବେଳେ, କାମ କାଠିକର ପାଠ ବୋଲି ଜଣାପଡୁଥିଲା । ଗତ ନିର୍ବାଚନରେ ମାତ୍ର ୫୦ ଜଣ ବିଜେପି ପ୍ରାର୍ଥୀ ସେମାନଙ୍କର ଅମାନତ ରାଶି ରକ୍ଷା କରି ପାରିଥିଲେ । ଦଳ ମାତ୍ର ୧. ୫% ଭଳି ନଗଣ୍ୟ ଭୋଟ୍ ପାଇଥିଲା । ରାଜ୍ୟର ବଳିଷ୍ଠ ସିପିଏମର ଆଧାର ନିକଟରେ ବିଜେପି ହେୟ ହୋଇ ଯାଇଥିଲା । ପ୍ରତି ମାସର ୧୫ ଦିନ ଦେଓଧର ରାଜ୍ୟରେ ଅତିବାହିତ କରୁଥିଲେ । କୋକବୋରୋକ ଭାଷା ଶିକ୍ଷା କରିବାରୁ ରାଜ୍ୟର ୩୧% ଜନସଂଖ୍ୟା ହୋଇପାରିଥିବା ସେ ସମ୍ପ୍ରଦାୟ ସହ ସେ ଉତ୍ତମ ଯୋଗସୂତ୍ର ସ୍ଥାପନ କରି ପାରିଥିଲେ । ତେଣୁ ଦଳ ସମୁଦାୟ ୨୦ଯାକ ଅନୁସୂଚିତ ଜନଜାତିଙ୍କ ସଂରକ୍ଷିତ ଆସନ ଜିଣିବାରେ ସମର୍ଥ ହୋଇଛି ।