ଚର୍ଚ୍ଚାରେ ସାଉଦି ଯୁବରାଜଙ୍କ ସମ୍ପତି !

31

କନକ ବ୍ୟୁରୋ: ଚର୍ଚ୍ଚାରେ ସାଉଦି ଯୁବରାଜଙ୍କ ସମ୍ପତି । ଦୁର୍ନୀତି ଅଭିଯୋଗରେ ନିଜ ପରିବାର ଓ ଭାଇକୁ ନଜରବନ୍ଦୀ କରିଥିବା ସାଉଦି ଯୁବରାଜ୍ ମହମ୍ମଦ ବିନ୍ ସଲମାନ୍ ଗୋପନୀୟ ଭାବେ ବିପୁଳ ସମ୍ପତି କିଣିଥିବା କୁହାଯାଉଛି । ଫ୍ରାନ୍ସରେ ସେ ପୃଥିବୀର ସବୁଠାରୁ ଦାମୀ ଘର କିଣିଥିବା କୁହାଯାଉଛି । ଏହାର ଦାମ ୩୦ କୋଟି ଡଲାର୍ ବା ୧୯୨୨ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଘର ଫ୍ରାନ୍ସର ଲୁବିଜିୟନ୍ସ ବର୍ସାଇଲ୍ ଅଂଚଳରେ ରହିଛି । ଉନବିଂଶ ଶତାବ୍ଦୀର ପୁରୁଣା ଏକ ମହଲକୁ ଭଂଗାଯାଇ ଏହି ଘର ତିଆରି ହୋଇଥିବା ଜଣାପଡ଼ିଛି । ବିଳାସର ସବୁ ପ୍ରକାର ସାଧନ ଥିବା ଏହି ଘରର ସାଉଣ୍ଡ ସିଷ୍ଟମ ପୃଥିବୀର ଯେକୌଣସି କୋଣରୁ ଆଇ ଫୋନ୍ ଜରିଆରେ ଚାଲୁ କରାଯାଇପାରିବ । ଏହାପୂର୍ବରୁ ଲିଓନାର୍ଡୋ ଦାଭିନ୍ସିଙ୍କର ଏକ ବିଶ୍ୱପ୍ରସିଦ୍ଧ କଳାକୃତିକୁ ବିପୁଳ ଟଙ୍କାରେ କିଣି ଚର୍ଚ୍ଚିତ ହୋଇଥିଲେ ମହମ୍ମଦ ବିନ୍ ସଲମାନ ।