ୟୁଟ୍ୟୁବରେ ଧମାଲ କରୁଛି ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜର : ୩୪ କୋଟି ଥର ଦେଖାଯାଇସାରିଛି ଭିଡିଓ 

ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜର ରିଲିଜ ହୋଇଯାଇଛି ।

108

ହଲିଉଡ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜର ରିଲିଜ ହୋଇଯାଇଛି । ରିଲିଜ୍ ହେବା ସହିତ ୟୁଟ୍ୟୁବରେ  କରୁଛି ଧମାଲ । ଫିଲ୍ମ ରିଲିଜ ହେବାକୁ ବହୁତ ସମୟ ଅଛି, କିନ୍ତୁ ଏହାର ଟିଜର ହିଁ ନୂଆ ରେକର୍ଡ ସୃଷ୍ଟି କରିସାରିଲାଣି । ଡିଜନି ଆଗାମୀ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟ୍ରେଲରକୁ ୨୪ ଘଣ୍ଟାରେ ଦ୍ୱିତୀୟ ସବୁଠାରୁ ଅଧିକ ଦେଖାଯାଇଥିବା ଭିଡିଓ ବନାଇବା ପାଇଁ କୃତଜ୍ଞ ଜଣାଇଛି । ଟିଜରକୁ ୨୪ ଘଣ୍ଟାରେ ସାରା ଦୁନିଆରେ ୨୨.୪୬ କୋଟି ଥର ଦେଖାଯାଇଛି । ଏହା ‘ଏଭେଂଜର୍ସ : ଇନଫିନିଟି ୱାର’ ପରେ ୨୪ ଘଣ୍ଟାରେ ସବୁଠାରୁ ଅଧିକ ଦେଖାଯାଇଥିବା ଦ୍ୱିତୀୟ ଭିଡିଓ, ଯାହାକୁ ୨୩.୮ କୋଟି ଭ୍ୟୁଜ୍ ମଳିଛି ।

ଡିଜନି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଟ୍ରେଲରର ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଜନ୍ ଫେବର‌୍ୟୁ ଓ ଡୋନାଲ୍ଡ ବିୟାନ୍ସେ । ହଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ଟିଜରକୁ ଦର୍ଶକଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଛି । ଏହା ସୋଶିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । ଫିଲ୍ମ ‘ଦ ଲାୟନ କିଙ୍ଗ’ ବର୍ଷ ୧୯୯୪ରେ ଆସିଥିବା ଆନିମେସନ୍ ଫିଲ୍ମର ରିମେକ୍ । ‘ଦ ଲାୟନ କିଙ୍ଗ’ ୟୁଟ୍ୟୁବରେ ପ୍ରଥମ ନମ୍ବରରେ ଟ୍ରେଣ୍ଡ କରୁଛି । ଏହାର ଏପର୍ଯ୍ୟନ୍ତ ୩୪ କୋଟିରୁ ଅଧିକ ଥର ଦେଖାଯାଇସାରିଛି । ଫିଲ୍ମ ଆସନ୍ତା ବର୍ଷ ୧୯ ଜୁଲାଇକୁ ରିଲିଜ୍ ହେବ ।  ହିନ୍ଦୀରେ ମଧ୍ୟ ଏହାର ଟିଜର ରିଲିଜ ହୋଇଯାଇଛି । ବଲିଉଡ୍ ଅଭିନେତା କବୀର ବେଦି ଏଥିରେ ସ୍ୱର ଦେଇଛନ୍ତି ।