ପ୍ରତିକୂଳ ପରିସ୍ଥିତିରେ ବି ହାର ମାନିଲେନି ଗିରୀଶ ! ଇଲେକଟ୍ରିକ ସକରେ କଟିଥିଲା ଗୋଟିଏ ହାତ । ସ୍ୱପ୍ନ ଥିଲା ଡାକ୍ତର, କିନ୍ତୁ ହୋଇଗଲେ ଆଇଏଏସ ଅଫିସର

161

ଦୃଢ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ତେବେ ପିଏସ ଗିରୀଶଙ୍କ କାହାଣୀ ସମସ୍ତଙ୍କ ଠାରୁ ଟିକିଏ ନିଆରା । ତାଙ୍କ କାହାଣୀ ଏବେ ଯୁବପିଢୀଙ୍କ ପାଇଁ ପ୍ରେରଣା ପାଲଟିଛି । ଏପରିକି ଦୁର୍ଘଟଣାରେ ହାତ କଟିଯିବା ପରେ ମଧ୍ୟ ସେ ହାର ମାନିନାହାନ୍ତି । ନିଜ ସ୍ୱପ୍ନକୁ ସାକାର କରିବା ସହ ପୂରା ସମାଜକୁ ଦେଇଛନ୍ତି ଏକ ନୂଆ ବାର୍ତ୍ତା ।

5181_Untitled-26ପିଏସ ଗିରୀଶ । ଜଣେ ସଚ୍ଚୋଟ ଆଇଏଏସ ଅଫିସର ଭାବେ ପୂରା କର୍ଣ୍ଣାଟକରେ ଜଣାଶୁଣା । ମାଣ୍ଡ୍ୟା ଜିଲ୍ଲାର ନଙ୍ଗମଙ୍ଗଳ ତଲୁକ୍ ଗ୍ରାମରେ ଜନ୍ମ ହୋଇଥିବା ପିଏସ୍ ଗିରୀଶଙ୍କ କାହାଣୀ ଏମିତି ଯାହା, ସମସ୍ତଙ୍କୁ ଅନୁପ୍ରାଣୀତ କରିବ ।ଅତି ଛୋଟ ବେଳୁ କେଉଁ କ୍ଷେତ୍ରରେ କ୍ୟାରିଅର କରିବେ ତାହା ସ୍ଥିର କରି ସାରିଥିଲେ ଗିରୀଶ । ପିଲା ଦିନୁ ସେ ନିଜ ମାତା-ପିତାଙ୍କୁ ଘର କାମରେ ସାହାଯ୍ୟ କରିବା ସହ ଜଣେ ଡାକ୍ତର ଭାବେ ନିଜର କ୍ୟାରିୟର ଗଢ଼ିବେ ବୋଲି ଇଚ୍ଛା ରଖିଥିଲେ । କିନ୍ତୁ ଭାଗ୍ୟ ତାଙ୍କର ସାଥ୍ ଦେଇ ନ ଥିଲା ।

ନବମ ଶ୍ରେଣୀର ପରୀକ୍ଷା ପରେ ପରେ ତାଙ୍କ ସହ ହୋଇଥିବା ଦୁର୍ଘଟଣା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା । ଇଲେକ୍ଟ୍ରି ପ୍ଲଗ୍ ଲଗାଉଥିବା ସମୟରେ ବିଦ୍ୟୁତ୍ ଝଟକା ଲାଗିବାରୁ ତାଙ୍କ ଦୁଇ ହାତ କ୍ଷତିଗ୍ରସ୍ତ ହୋଇଗଲା ।ଏପରିକି ଡାହାଣ ହାତ ଚଳପ୍ରଚଳ କରିବା ବନ୍ଦ କରିଦେଲା । ଡ଼ାକ୍ତରଖାନା ନିଆଯିବା ପରେ ତାଙ୍କ ଡ଼ାହାଣ ହାତକୁ କଟା ଯିବା ସହ ପ୍ରାୟ ୮ ମାସ ପର୍ୟ୍ୟନ୍ତ ସେ ସ୍କୁଲ ଯାଇ ପାରିଲେ ନାହିଁ । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ପାଇଁ ସେ ଦଶମ ପରୀକ୍ଷା ଦେବା ପାଇଁ ସମର୍ଥ ହୋଇଥିଲେ ।

ଡ଼ାହାଣ ହାତ କଟା ଯିବାର କିଛି ସପ୍ତାହ ପରେ ବାମ ହାତର ହାଡ଼ ଏବଂ ଶୀରାକୁ ପୂର୍ବ ଭଳି ଚଳାଇବା ପାଇଁ ୯ଟି ରିକନଷ୍ଟ୍ରକଟିଭ୍ ସର୍ଜରି କରାଯାଇଥିଲା ।ଏତେ ସବୁ କଷ୍ଟ ପରେ ମଧ୍ୟ ସେ ହାର ମାନିନଥିଲେ । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରିଦେଲେ ଗିରୀଶ । ଏହା ପରେ ସେ ବାମ ହାତରେ ଲେଖିବା ଆରମ୍ଭ କଲେ, ଯାହାକି ତାଙ୍କ ପାଇଁ ବହୁତ୍ କଷ୍ଟଦାୟକ ଥିଲା । କିଛି ଦିନ ବାମ ହାତରେ ଲେଖିବା ପରେ ଏହା ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲା ।

05ch-heavy-rainG582JT7D13jpgjpgଏତେ ସବୁ କଷ୍ଟର ଫଳ ତାଙ୍କୁ ମିଳିଲା ଯେତେବେଳେ ସେ କର୍ଣ୍ଣାଟକ ମେଡିକାଲ୍ କମନ୍ ଏଣ୍ଟ୍ରାସ୍ ଟେଷ୍ଟରେ ଟପ୍ ରାଙ୍କ ରଖିଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ମଉଳି ଗଲା ଯେତେବେଳେ ସେ ଜାଣି ପାରିଲେ ଗୋଟେ ହାତରେ ଜଣେ ଡ଼ାକ୍ତରର କର୍ତ୍ତବ୍ୟ କରିବା ଅସମ୍ଭବ । ଏହା ପରେ ସେ ଡାକ୍ତରୀ କ୍ୟାରିୟର କରିବେ ନାହିଁ ବୋଲି ନିଷ୍ପତ୍ତି ନେଲେ ।ସ୍ୱପ୍ନକୁ ପଛ କରି ଆଗକୁ ବଢିବା ପାଇଁ ନିଷ୍ପତି ନେଲେ ଗିରୀଶ । କିନ୍ତୁ ଗିରୀଶଙ୍କ ଏହି ନିଷ୍ପତିରେ ପୂରା ପରିବାର ନିରାଶ ହୋଇଥିଲା । ସ୍ୱପ୍ନର ପାହାଡ ଚଢିବା ପୂର୍ବରୁ ଖସି ପଡିଥିଲେ ଗିରୀଶ । କିନ୍ତୁ ମନରେ ଥିଲା ଦୃଢ ଆତ୍ମବିଶ୍ୱାସ । ଯାହା ତାଙ୍କୁ ଆଗକୁ ବାଟ କଢାଇ ନେଇଥିଲା । ଲୋକମାନଙ୍କ ସେବା କରିବା ପାଇଁ ଅନ୍ୟ ଏକ ପଥକୁ ବାଛି ନେଇଥିଲେ । ଏଥିପାଇଁ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।

ଆଇଏଏସ ପଢିବା ପାଇଁ ଅଧିକ ଟଙ୍କା ଦରକାର ହେଉଥିବା ବେଳେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କୁ ମିଳୁଥିବା ମାସିକ ୫୦୦ଟଙ୍କାର ସହାୟତା ରାଶି ସମୁଦ୍ରକୁ ଶଂଖେ ଥିଲା ।ଯାହା ତାଙ୍କ ଆଇଏଏସ ହେବା ସ୍ୱପ୍ନରେ ପ୍ରତିବନ୍ଧକ ସାଜିଥିଲା । ହେଲେ ସବୁ ବାଧାବିଘ୍ନ ଓ ପ୍ରତିବନ୍ଧକକୁ ପଛ କରି ସଭିଲ୍ ସର୍ଭିସରେ କ୍ୟାରିୟର ଗଢ଼ିବା ପାଇଁ ସେ ୨୦୧୦ରେ ଭାରତୀୟ ରେଳରେ ଚାକିରି କରିବା ଆରମ୍ଭ କଲେ । ଏଥିସହ ଆଇଏଏସ୍ ଲାଗି ସିଭିଲ୍ ସର୍ଭିସ ପରୀକ୍ଷା ଦେଲେ।

ପ୍ରଥମ ପ୍ରଚେଷ୍ଟାରେ ବିଫଳ ହୋଇଥିବା ବେଳେ ଦ୍ୱିତୀୟ ଚେଷ୍ଟାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ କର୍ଣ୍ଣାଟକର ନେଲ୍ଲୋର ଜିଲ୍ଲାର ଗୁଡ଼ୁରରେ ତାଙ୍କୁ ସବ୍ କଲେକ୍ଟର ଭାବେ ନିଯୁକ୍ତି ମିଳିଥିଲା । ଏବେ ସେ ସେଠାରେ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି।ଗିରୀଶ ସିନା ଡାକ୍ତର ହୋଇପାରିଲେ ନାହିଁ କିନ୍ତୁ ଜଣେ ଆଇଏଏସ ଅଫିସର ହୋଇ ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି ।ତାଙ୍କର ଏହି କାହାଣୀ ଅନ୍ୟ ମାନଙ୍କୁ ନିଶ୍ଚୟ ପ୍ରେରଣା ଦେବ ।