ଆପଣ ଅଣ୍ଡା ଖାଇବାକୁ ଭଲପାଆନ୍ତି କି ? ଜାଣନ୍ତୁ ଏହାର ଉପଯୋଗିତା

153

ଅଣ୍ଡା ପରି ଖାଦ୍ୟକୁ ବିଭିନ୍ନ ପ୍ରକାରରେ ପ୍ରସ୍ତୁତ କରି ଖାଇହେବ । ଏହାକୁ ସିଝା କିମ୍ବା ତରକାରି ନଚେତ୍ ଆମଲେଟ୍ ଭାବରେ ଗୋଟିଏ ସିଝା ଅଣ୍ଡା ଦୈନିକ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଅଣ୍ଡାରେ ଭିଟାମିନ୍ କେ ପୋଷକତତ୍ତ୍ୱ ଥିବାରୁ ତାହା ଖାଇଲେ ଶରୀରର କର୍କଟ ପ୍ରତିରୋଧକ ଶକ୍ତି ବଢ଼େ । ଏହା ସହ ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଥିବାରୁ ତାହା ବନ୍ଧ୍ୟା କରଣର ଆଶଙ୍କା ହ୍ରାସ କରେ । ଅଣ୍ଡାରେ ଭିଟାମିନ୍ ଡି ଓ କ୍ୟାଲେସିୟମ୍ ଥିବାରୁ ନିୟମିତ ଖାଇଲେ ଆଣ୍ଢୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳେ ।

ଏମିନୋ ଏସିଡ୍ ଅଣ୍ଡାରେ ଥିବାରୁ ତାହା ଶରୀରକୁ ଶକ୍ତି ଯୋଗାଇଥାଏ । ଓଜନ କମ୍ କରିବାକୁ ଚାହୁଁଥିବା ଲୋକେ ଦୈନିକ ସକାଳ ଜଳଖିଆରେ ଗୋଟିଏ ସିଝା ଅଣ୍ଡା ଖାଇବା ଉଚିତ୍ । ବିଶେଷଜ୍ଞଙ୍କ କହିବାନୁସାରେ ଏଥିରେ ସେଲେନିୟମ୍ , କପର୍ ଥିବାରୁ ନିୟମିତ ଖାଇବା ତ୍ୱଚା ପାଇଁ ମଧ୍ୟ ଉପକାରୀ । ଭିଟାମିନ୍ ବି-୧୨ ଓ କୋଲିନ୍ ଥିବାରୁ ଦୈ÷ନିକ ଅଣ୍ଡା ଖାଇଲେ ସ୍ମୃତି ଶକ୍ତି ବଢ଼େ । ଅଣ୍ଡାରେ ଆଇରନ୍ ଥିବାରୁ ରକ୍ତହୀନତା ରୋଗୀ ପ୍ରତ୍ୟହ ଏହି ଖାଦ୍ୟ ଖାଇବା ଉପକାରୀ । ପାଇରିୟା ରୋଗୀ ପ୍ରତ୍ୟହ ଗୋଟିଏ ସିଝା ଅଣ୍ଡା ଖାଇଲେ ସେମାନଙ୍କ ସମସ୍ୟା ଶୀଘ୍ର ଦୂର ହୁଏ ।