ରୋଷେଇ ଘରେ ନଡିଆ ତେଲ ! ଜାଣନ୍ତୁ କିଛି ସ୍ୱାସ୍ଥ୍ୟକର ଟିପ୍ସ

180

ନଡିଆ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର । ଆଉ ଏହାର ତେଲକୁ କେବଳ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ନଡିଆ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇଲେ ଅନେକ ଫାଇଦା ମିଳିଥାଏ ।

• ଅଲଗା ତେଲ ଅପେକ୍ଷା ନଡିଆ ତେଲରେ କମ୍ ଫ୍ୟାଟ୍ ଥାଏ । ତେଣୁ ଏଥିରେ ପ୍ରସ୍ତୁତ ଖାଦ୍ୟ ଓଜନ କମାଇବାରେ ସାହାଯ୍ୟ କରେ ।

• ଶରୀରକୁ ସୁସ୍ଥ ରଖିବାକୁ ହେଲେ ଇମ୍ୟୁନିଟି ମଜଭୂତ ହେବା ଦରକାର । ଏହି ତେଲରେ ଥିବା ମିନେରାଲ୍ସ ଶରୀରର ଇମ୍ୟୁନିଟି ବଢାଇବା ସହ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

• ଅନେକ ଲୋକ କୁହନ୍ତି ହୃତପିଣ୍ଡ ପାଇଁ ନଡିଆ ତେଲ ଭଲ ନୁହେଁ । କିନ୍ତୁ ଏହି ଧାରଣା ଭୂଲ୍ । ନଡିଆ ତେଲରେ ଲଉରିକ୍ ଏସିଡ୍ ଅଧିକ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ।

• ନିକଟରେ ଏକ ପରୀକ୍ଷାରୁ ଜଣାପଡିଛି ନଡିଆ ତେଲ ଏଲଜାଇମର୍ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ।

• ସେହିପରି ଥାଇରଏଡ୍ ରୋଗୀଙ୍କ ପାଇଁ ବହୁ ଉପକାରୀ ନଡିଆ ତେଲ । କାରଣ ଏହି ତେଲ ଥାଇରଏଡକୁ କଣ୍ଟ୍ରୋଲ୍ କରିବାରେ ସାହାଯ୍ୟ କରିଥାଏ ।