ସବୁ ଡାକ୍ତରଖାନା ହେବ ଶିଶୁ ଅନୁକୂଳ

23

କନକ ବ୍ୟୁରୋ: ଅକ୍ସିଜେନ ଅଭାବରୁ ଉତ୍ତରପ୍ରଦେଶର ବାବା ରାଘବଦାସ ମେଡିକାଲ କଲେଜରେ ୭୦ରୁ ଅଧିକ ଶିଶୁ ପ୍ରାଣ ହରାଇ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପରେ ଛତିଶଗଡ଼ରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା । ଏହା ପରେ କେନ୍ଦ୍ର ସରକାର ସଜାଗ ହୋଇ ଦେଶର ସମସ୍ତ ଡାକ୍ତରଖାନାକୁ ଶିଶୁ ଅନୁକୂଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଚିକିତ୍ସିତ ଶିଶୁମାନଙ୍କ ପାଇଁ ଅକ୍ସିଜେନ,ଷ୍ଟରେଚର, ଜରୁରୀ ଔଷଧ, ଟୀକା ଓ ଡାକ୍ତରଙ୍କ ସମେତ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ।

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ଅପରେସନ ଥିଏଟର ସ୍ଥାପନ କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ବର୍ତ୍ତମାନ ଏହା କେବଳ ଆଧୁନିକ ଡାକ୍ତରଖାନାମାନଙ୍କରେ ରହିଛି । ସୂତ୍ର ଅନୁସାରେ ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଜାତୀୟ ଶିଶୁ ଅଧିକାର ଆୟୋଗକୁ ଏହା ଜଣାଇଛନ୍ତି ।

ସୂଚନା ଅନୁସାରେ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ପାଇଲଟ ପ୍ରକଳ୍ପ ଅନୁସାରେ ଶିଶୁ ଅନୁକୂଳ କରାଯିବ । ଏହାଦ୍ୱାରା ଆରମ୍ଭରୁ ଶିଶୁମାନଙ୍କର ସେଠାରେ ଚିକିତ୍ସା କରାଯାଇପାରିବ । ସାରାଦେଶର ପ୍ରତ୍ୟେକ ରାଜ୍ୟରେ ୧୨ଟି ଲେଖାଏଁ ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଡାକ୍ତରଖାନାଗୁଡ଼ିକୁ ଶିଶୁ ଅନୁକୂଳ କରାଯିବ ବୋଲି ଜଣାପଡ଼ିଛି ।