ସେନା ବଳରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଆମେରିକା ! ଆସିଲା ଗ୍ଲୋବାଲ ରାଙ୍କିଙ୍ଗର ରିପୋର୍ଟ

26

କନକ ବ୍ୟୁରୋ : ସେନା ବଳରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହେଉଛି ଆମେରିକା । ନିକଟରେ ଜାରି କରାଯାଇଥିବା ଏକ ଗ୍ଲୋବାଲ୍ ରାଙ୍କିଙ୍ଗରୁ ଏହା ଜଣାପଡିଛି । ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ନିଜକୁ ଶକ୍ତିଶାଳୀ ପ୍ରମାଣ କରିବାକୁ ବିଶ୍ୱବ୍ୟାପୀ ପ୍ରତିଯୋଗିତା ଚାଲିଥିବାବେଳେ ସେନା ଶକ୍ତି ହିସାବରେ ଏବେ ବି ଆମେରିକା ସବୁଠୁ ଶକ୍ତିଶାଳୀ ଦେଶ । ଆମେରିକା ନିଜ ପ୍ରତିରକ୍ଷା ବଜେଟ୍ ପାଇଁ ପାଖାପାଖି ୬୦୦ ବିଲିୟନ୍ ଖର୍ଚ୍ଚ କରୁଥିବା ଜଣାପଡିଛି ।

ଚୀନ୍ ଓ ରୁଷ୍ଠାରୁ ଆମେରିକା ନିଜ ସେନା ପାଇଁ ତିନି ଗୁଣା ଅଧିକ ଖର୍ଚ୍ଚ କରିଥାଏ । ତେବେ ଏହି ଗ୍ଲୋବାଲ୍ ର୍ୟାଙ୍କିଙ୍ଗ୍ରେ ଆମେରିକାକୁ ପ୍ରଥମ ସ୍ଥାନ ମିଳିଥିବା ବେଳେ ଭାରତକୁ ମିଳିଛି ଚତୁର୍ଥ ସ୍ଥାନ । ଭାରତ ନିଜ ପ୍ରତିରକ୍ଷା ପାଇଁ ପାଖାପାଖି ୫୧ ମିଲିୟନ୍ ଡଲାର୍ ଖର୍ଚ୍ଚ କରିଥାଏ । ଏହି କ୍ରମରେ ଚୀନ୍ ୧୬୧ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଥିବା ବେଳେ ରୁଷ୍ ପାଖାପାଖି ୫୪ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଥିବା ଜଣାପଡିଛି ।

ଗ୍ଲୋବାଲ୍ ରାଙ୍କିଙ୍ଗରୁ ଏହି ରିପୋର୍ଟ ଅନୁଯାୟୀ ଆମେରିକାର ପ୍ରତିରକ୍ଷା ବଜେଟ୍ ୫୪ ବିଲିୟନ୍ ଡଲାର ବଢିପାରେ । ତେବେ ଏହି ସର୍ଭେରେ ମୋଟ ୧୦୬ଟି ଦେଶକୁ ସାମିଲ୍ କରାଯାଇଛି । ପ୍ରତିରକ୍ଷା ବଜେଟ୍, ସେନା ବଳ ଓ ଅସ୍ତ୍ରଶସ୍ତ୍ରର ସଂଖ୍ୟା ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଏଥିରେ ଭାରତ ପରେ ପଂଚମ ସ୍ଥାନରେ ରହିଛି ଫ୍ରାନ୍ସ । ତେବେ ସେନା ବଳରେ ୧୩ ନମ୍ବରରେ ରହିଛି ପାକିସ୍ତାନ ।