ରାଜଧାନୀର ରାଜରାସ୍ତାରେ ନାବାଳିକାକୁ ଅସଦାଚରଣ ଅଭିଯୋଗ : ଅଟୋ ଭିତରୁ ଟାଣି ର୍ଦୁବ୍ୟବହାର ବେଳେ ଧରିଲେ ଲୋକେ

17

କନକ ବ୍ୟୁରୋ : ନାବାଳିକାକୁ ଅସଦାଚରଣ ଅଭିଯୋଗ । ଅଟୋ ଭିତରୁ ଟାଣି ଆଣି ନାବାଳିକାକୁ ଅସଦାଚରଣ ବେଳେ ଅଭିଯୁକ୍ତକୁ ଧରିଛନ୍ତି ଲୋକେ । ଆଉ ଯୁବକକୁ ରାସ୍ତା ଉପରେ ନିସ୍ତୁକ ମାଡ଼ ମାରିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ ଏକତରଫା ପ୍ରେମରୁ ଏଭଳି ଘଟଣା ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆଇଗିଣିଆ ଛକରେ । ଅଭିଯୁକ୍ତ ଗିଟୁ ଦାସକୁ ଖଣ୍ଡଗିରି ଥାନାରେ ଅଟକ ରଖିଛି ପୁଲିସ୍ । ନାବାଳିକାକୁ ପଚରା ଉଚରା କରୁଛି ପୁଲିସ୍ ।