ପରିବେଶ ସଂରକ୍ଷଣ ଦିଗରେ ଏହି ସହର ସୃଷ୍ଟି କଲା ନୂଆ ଉଦାହରଣ : ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁରୁ ନିର୍ମାଣ କଲା ଭାସମାନ ପାର୍କ

79

ଗତ କିଛି ବର୍ଷରେ ପରିବେଶ ସଂରକ୍ଷଣ ଦିଗରେ ସବୁଠାରୁ ଆଗରେ ଅଛି ନେଦରଲ୍ୟାଣ୍ଡ । ସେଇଠି ପ୍ରଦୂଷଣ ବି ବହୁତ କମ୍ ଓ ଲୋକମାନେ ମଧ୍ୟ ଏହା ପ୍ରତି ବହୁତ ସଚେତନ ଅଛନ୍ତି । ନିକଟରେ ସେଠାକାର ରୋଟରଡମ୍ ସହର ଦୁନିଆ ସାମନାକୁ ଏକ ନୂଆ ଉଦାହରଣ ଉପସ୍ଥାପିତ କରିଛି । ସେଠାକାର ‘ରିସାଇକିଲ୍ଡ ଆଇଲାଣ୍ଡ ଫାଉଣ୍ଡେସନ୍’ ସହରର ମାସ ନଦୀରୁ ଦେଢ଼ ବର୍ଷରେ ପ୍ଲାଷ୍ଟିକ ବସ୍ତୁ ବାହାର କଲା । ଏହି ସମସ୍ତ ବସ୍ତୁକୁ ରିସାଇକିଲ କଲା ଓ ଏମିତି ଜିନିଷ ତିଆରି କଲା, ଯାହା ନଦୀରେ ଭାସିପାରିବ ।

ଫାଉଣ୍ଡେସନର ଲୋକମାନେ ତାକୁ ମିଶାଇ ଭାସମାନ ପାର୍କ ନିର୍ମାଣ କଲେ । ଏଥିରେ ସେମାନେ ୨୮ଟି ବ୍ଲକ ତିଆରି କଲେ, ଯାହା ଦେଖିବାକୁ ସୁନ୍ଦର । ସେଗୁଡାକୁ ଏମିତି ଆକାର ଦିଆଗଲା କି ତାହା ନଦୀରେ ତିଆରି ବାସ୍ତବିକ ପାର୍କ ଦେଖାଯାଏ । ବ୍ଲକ୍ ଅତିରିକ୍ତ ପ୍ୟାଡଲ ନୈାକା ବି ନିର୍ମାଣ ହୋଇଛି । ତାକୁ ଦେଖି ଅନୁମାନ କରିବା ମୁସ୍କିଲ ହେବ କି ଅନୁପଯୋଗୀ ବସ୍ତୁର ରିସାଇକଲ୍ କରାଯାଇ ତିଆରି ହୋଇଛି ।

ସମସ୍ତ ୨୮ଟି ବ୍ଲକରେ ମାଟି ଏବଂ ଖତ ପକାଇ ସେଥିରେ ଛୋଟ ଛୋଟ ଗଛ ଲଗାଯାଇଛି । ବସିବା ବ୍ୟବସ୍ଥା ବି କରାଯାଇଛି, ଯାହା ନୂଆ ଅନୁଭବ ଦିଏ । ଫାଉଣ୍ଡେସନ୍ ର ଲୋକଙ୍କ କହିବାନୁସାରେ, ଏହା ତାଙ୍କର ଛୋଟ ପ୍ରୟାସ । ଏହି କାର୍ଯ୍ୟରେ ଦେଢ଼ ବର୍ଷ ଲାଗିଲା, କିନ୍ତୁ ତାଙ୍କୁ ଶାନ୍ତି ଦେଲା ଯେ, ନଦୀର ସଫେଇ ହୋଇଗଲା । ଏବେ ଲୋକଙ୍କୁ ବୁଝିବାକୁ ପଡିବ ଯେ, ପ୍ଲାଷ୍ଟିକ ବସ୍ତୁର କମ ଉପଯୋଗ କରିବା ଓ ନଦୀ, ପୋଖରୀ ଏବଂ ସମୁଦ୍ରକୁ ପ୍ଲାଷ୍ଟିକ ମୁକ୍ତ ରଖିବା । ପୃଥିବୀର ସମସ୍ତ ଇକୋ-ସିଷ୍ଟମ ଏହା ଉପରେ ନିର୍ଭରଶୀଳ । ପ୍ଲାଷ୍ଟିକ କାରଣରୁ ନା କେବଳ ପରିବେଶ ବରଂ ପ୍ରାଣୀଙ୍କର ବି କ୍ଷତି ହେଉଛି ।