ଇଭିଏମ ଟ୍ୟାପଂରିଂ ଅଭିଯୋଗକୁ ନେଇ ଆଜି ବସିବ ସର୍ବଦଳୀୟ ବୈଠକ ! ୫୫ଟି ରାଜନୈ÷ତିକ ଦଳର ପ୍ରତିନିଧି ହେବେ ସାମିଲ

38

କନକ ବ୍ୟୁରୋ : ନିର୍ବାଚନ କମିଶନ ଇଭିଏମକୁ ନେଇ ଆଜି ସବୁ ଦଳଙ୍କ ସହ ବିଚାରବିମର୍ଶ କରିବେ । ଏଥିପାଇଁ ଆଜି କମିଶନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଇଭିଏମ ଟ୍ୟାଂପରିକୁ ନେଇ ଆମଆଦମୀ ପାର୍ଟି ତଥା ଅନ୍ୟ କିଛି ଦଳ ଅଭିଯୋଗ କରୁଥିବାରୁ କମିଶନ ଏହି ପଦକ୍ଷେପ ନେଇଛନ୍ତି । ଏହାବାଦ ଆପ ଇଭିଏମ ଟ୍ୟାଂପରି କରି ଦେଖାଇବ ବୋଲି ଦାବି କରିଛି ।

ମେ’ ୯ରେ ଦିଲୀ ବିଧାନସଭାରେ ଆପ ବିଧାୟକ ସୈାରଭ ଭରଦ୍ୱାଜ ଇଭିଏମକୁ ଟ୍ୟାପଂରିର ପ୍ରମାଣ ଦେଖାଇଥିଲେ । ଏହାକୁ କିନ୍ତୁ କମିଶନ ଅସ୍ୱିକାର କରିଥିଲେ । ପଂଜାବ,ଗୋଆ ବିଧାନସଭା ନିର୍ବାଚନ ଓ ଦିଲୀ ଏମସିଡି ନିର୍ବାଚନରେ ବିପୁଳ ପରାଜୟକୁ ନେଇ ଆମଆଦମି ପାର୍ଟି ଇଭିଏମ ଟ୍ୟାଂପରିଂ ପ୍ରସଂଗ ଉଠାଇଥିଲା । ପାଖାପାଖି ୫୫ଟି ରାଜନିତିଦଳର ପ୍ରତିନିଧି ଯୋଗଦେବେ ।