ହାଡଭଙ୍ଗା ଶୀତ ଯୋଗୁଁ କୌଳିକ ବୃତ୍ତି ବାଧାପ୍ରାପ୍ତ ! ଦୟନୀୟ ପରିସ୍ଥିତିରେ ଅସ୍ତରଙ୍ଗର ମତ୍ସ୍ୟଜୀବୀ ପରିବାର

69

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ସକାଳେ ଓ ସଂନ୍ଧ୍ୟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଏଭଳି ଥଣ୍ଡାରେ ମତ୍ସଜୀବୀ ମାନେ ସମୂଦ୍ରକୁଳରେ କିଭଳି ଜୀବନ ଯାପନ କରୁଛନ୍ତି ସେନେଇ ଅସ୍ତରଙ୍ଗ ସମୂଦ୍ରକୂଳରୁ ସ୍ଥିତି ପରିଖିିଛି କନକ ନ୍ୟୁଜ ଟିମ ।

ଉତ୍ତରା ପବନ ଯୋଗୁଁ ପୁରୀ ଜିଲ୍ଲା ଅସ୍ତରଙ୍ଗରେ ପାରଦ ଖସିଛି । ଆଉ ହାଡଥରା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଏହି ଥଣ୍ଡାର ପ୍ରକୋପରେ ବିଶେଷ ପ୍ରଭାବିତ ହେଉଛନ୍ତି ଅସ୍ତରଙ୍ଗର ମତ୍ସ୍ୟଜୀବୀ ପରିବାର । ଶୀତ ଯୋଗୁଁ ସେମାନଙ୍କ କୌଳିକ ବୃତ୍ତି ବାଧାପ୍ରାପ୍ତ ହେଉଛି । ଶୀତ ଯୋଗୁଁ ଜାଲରେ ମାଛ ପଡୁ ନାହାନ୍ତି । ସମୁଦ୍ରକୁ ଯାଇ ଖାଲି ହାତରେ ଫେରୁଛନ୍ତି ମତ୍ସ୍ୟଜୀବୀ ।

କୋହଲା ପାଗ ଓ ପବନ ସାଂଗକୁ ହାଡଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସମୁଦ୍ର ଉପକୂଳରେ ନିଆଁ ଜାଳି ସେକି ହେଉଛନ୍ତି ମତ୍ସଜୀବୀ । ସମୁଦ୍ର କୂଳରେ ରହୁଥିବା ଏହି ମତ୍ସଜୀବୀ ଅତ୍ୟଧିକ ଥଣ୍ଡା ଯୋଗୁ ଘରୁ ବି ବାହାରୁ ପାରୁନାହାନ୍ତି । ଗୋଟେ ପଟେ ହାଡଭଙ୍ଗା ଶୀତରେ ଘରୁ ବାହାରିବା କଷ୍ଟ କର ହୋଇପଡିଥିବା ବେଳେ ଶୀତ ଯୋଗୁ ମାଛ ବି ପଡୁନାହାନ୍ତି ଫଳରେ ମାଛ ମାରି ପରିବାର ଚଳୁଥିବା ମତ୍ସଜୀବୀଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡିଛି । ମେଘୁଆ ପାଗ ଓ ଉତ୍ତରା ପବନ ଯୋଗୁଁ ଶୀତ ବଢିଥିବା ବେଳେ ଶୀତୁଆ ରାତିରେ ଖୋଲା ଆକାଶ ତଳ ମତ୍ସ୍ୟଜୀବୀ ମାନେ ଜୀବନଯାପନ କରିବା ଅତି କଷ୍ଟକର ହୋଇପଡିଛି ।