କର୍ଣ୍ଣାଟକରେ ଆୟକର ବିଭାଗର ଚଢାଉ ! ଜବତ ହେଲା ୨କୋଟି ୮୯ ଲକ୍ଷ ଟଙ୍କା

76

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ କର୍ଣ୍ଣାଟକରେ ଆୟକର ବିଭାଗର ଏକ ବଡ ଧରଣର ଚଢାଉ କରାଯାଇଛି । ବେଙ୍ଗାଲୁରୁର ଏକ ଆପାର୍ଟମେଂଟରୁ ଦୁଇକୋଟି ୮୯ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାମଧ୍ୟରୁ ଦୁଇକୋଟି ୨୫ଲକ୍ଷ ଟଙ୍କା କେବଳ ନୂଆ ୨୦୦୦ଟଙ୍କିଆ ନୋଟ୍ ଥିବା ଜଣାପଡିଛି । ଆପାର୍ଟମେଂଟରେ ଚଢାଉ କଲାବେଳେ ଜଣେ ବୃଦ୍ଧା ଏବଂ ଦୁଇଟି କୁକୁର ଛଡା ଆଉ କାହାକୁ ଦେଖିବାକୁ ମିଳିନଥିଲା ।

ଆୟକର ବିଭାଗର ଅଧିକାରୀ ମାନେ ବେଙ୍ଗେଲୁରୁର ଯଶୱନ୍ତପୁର ଅଂଚଳରେ ଥିବା ଆପାର୍ଟମେଂଟ ଉପରେ ଚଢାଉକରିବା ପାଇଁ ଗଲାବେଳେ ଘରେ ଥିବା ମହିଳା ଜଣଙ୍କ କୁକୁର ମାନଙ୍କୁ ଖୋଲା ଛାଡିଦେଇଥିଲେ । କୁକୁରମାନେ ଏତେ ପରିମାଣରେ ହିସ୍ରଂ ଥିଲେ ଯେ, ସେ ଘରେ ପଶିବା ପାଇଁ ଆୟକର ଅଧିକାରୀଙ୍କୁ ନାକେଦମ୍ ହେବାକୁ ପଡିଥିଲା । ପୁଲିସ ଏବଂ ପଡୋଶୀମାନଙ୍କ ସହାୟତାରେ ଅଧିକାରୀ ମାନେ ଘରେ ପଶିବାରେ ସକ୍ଷମ ହୋଇପାରିଥିଲେ ।