ଏକ ଅଦ୍ଭୁତ ଗାଁ ! ସୋସିଆଲ ମିଡିଆରେ ମହିଳାଙ୍କ କେଶକୁ ନେଇ ଚର୍ଚ୍ଚା

108

ସୁନ୍ଦର ଚେହେରା ସାଙ୍ଗକୁ ସୁନ୍ଦର ତଥା ଆକର୍ଷଣୀୟ ଘନ କେଶ ମହିଳାଙ୍କ ସୌନ୍ଦର୍ଯ୍ୟକୁ କରିଥାଏ ଦ୍ୱିଗୁଣିତ । ଘନ କେଶ ଜଣେ ନାରୀର ସୁନ୍ଦରତାକୁ ବଢାଇବାରେ ସହାୟକ ହୋଇଥାଏ । ଏମିତି ବି କିଛି ଅଦ୍ଭୁତ ସ୍ଥାନ ରହିଛି,ଯେଉଁ ସ୍ଥାନର ମହିଳାମାନେ ଘନ କେଶ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଚୀନ ଦେଶର ଗୁଆଂଗଶୀ ସୀମାନ୍ତରେ ଅବସ୍ଥାପିତ ହୁଆଂଗଲୁଓ ଗାଁ, ଏଠି ବାସ କରୁଥିବା ମହିଳାଙ୍କ ଘନ କେଶ ଲାଗି ସେହି ଗାଁଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗାଁ’ର ଅଧିକାଂଶ ମହିଳାଙ୍କ କେଶର ଲମ୍ବ ରହିଛି ପାଖାପାଖି ୩ରୁ ୭ ଫୁଟ୍ ବିଶିଷ୍ଟ ।

ଘଟଣାଟି ହେଲା, ଏହି ଗାଁରେ ବାସ କରୁଥିବା ଲୋକମାନେ ପ୍ରାୟ ଦୁଇ ଶହ ବର୍ଷ ପୁରୁଣାର । ଏବଂ ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ପାଖାପାଖି ୬୦ ଜଣ ମହିଳା ଓ ଏମାନେ ସମସ୍ତେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳା ଯେଉଁମାନେ କି ନିଜର କଳା ଘନ ଆକର୍ଷଣୀୟ କେଶ ପାଇଁ ସାରା ଚୀନ ଦେଶରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଏହି ଗାଁରେ ସବୁଠାରୁ କମ୍ କେଶ ୩ ଫୁଟ୍ ଲମ୍ବ ବିଶିଷ୍ଟ ଏବଂ ସବୁଠାରୁ ଅଧିକ କେଶ ହେଲା ୭ ଫୁଟ୍ ଲମ୍ବ ବିଶିଷ୍ଟ ।

ତେବେ ଏହି ଗାଁର ମହିଳାମାନେ ନିଜର ପରମ୍ପରାକୁ ବଜାୟ ରଖିବାକୁ ଏଭଳି କେଶ ରଖିଛନ୍ତି ବୋଲି ଜାଣିବାକୁ ମିଳିଛି । ସେମାନଙ୍କ କହିବା ଅନୁସାରେ ଗାଁରେ ଗୋଟିଏ କନ୍ୟା ସନ୍ତାନ ଜାତ ହେଲେ ତେବେ କନ୍ୟାଟିର ଜନ୍ମରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କେଶ କଟା ଯାଇ ନ ଥାଏ ।

ଆଉ କନ୍ୟାଟିକୁ ଯେତେବେଳେ ୧୮ ବର୍ଷ ବୟସର ହୋଇଯାଏ, ସେତେବେଳେ ତା’ର କେଶ କଟାଯାଇଥାଏ ।ତା’ର ଅର୍ଥ ହେଲା କନ୍ୟାଟି ଏବେ ଯୌବନ ଅବସ୍ଥାରେ ପାଦଦେଲା, ଓ କନ୍ୟାଟି ବର୍ତମାନ ବିବାହ ଯୋଗ୍ୟ ହୋଇଯାଇଛି । ତାପରେ କନ୍ୟାଟିର ଆଉ କେଶ କଟା ଯାଇପାରିବ ନାହିଁ ।