ବଦଳୁଛି ନଗଡାର ପରିଚୟ: ଦିନେ ଜଙ୍ଗଲରୁ କାଠ ସଂଗ୍ରହ କରି ବଂଚୁଥିଲେ ଆଜି କିନ୍ତୁ ଗଛ ଲଗାଇ ପୋଷୁଛନ୍ତି ପେଟ; ବିଭିନ୍ନ କ୍ଷେତ୍ରରେ କାମ କରି ପାରଦର୍ଶିତା ଦେଖାଉଛନ୍ତି ନଗଡାବାସୀ

ଗଛ ଲଗାଇ ସୃଷ୍ଟି କରୁଛନ୍ତି ନୂଆ ଜଙ୍ଗଲ; ୧୨ ଜଣଙ୍କୁ ଚାକିରୀ ଦେଲା ବନବିଭାଗ

308

କନକ ବ୍ୟୁରୋ: ଦିନେ ଜଙ୍ଗଲରୁ କାଠ ସଂଗ୍ରହ କରି ବଂଚୁଥିଲେ । ଆଜି କିନ୍ତୁ ଗଛ ଲଗାଉଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଅପପୃଷ୍ଟିର ଇଲାକା ଭାବରେ ପରିଚିତ ନଗଡାରେ । ସମୟ ବଦଳିବା ସହ ବଦଳିଛନ୍ତି ନଗଡାବାସୀ । କିଏ ଖଣି ଅଂଚଳରେ ତ କିଏ ନଗଡା ଅଂଚଳରେ ହେଉଥିବା ରାସ୍ତାଘାଟ, ଡ୍ରେନେଜ କାମ କରି ପେଟପୋଷି ଚଳୁଛନ୍ତି । ଏବେ ନଗଡାବାସୀଙ୍କ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଅଭିନବ ପ୍ରୟାସ । ଆଉ ନଗଡାବାସୀଙ୍କ ସ୍ୱାବଲମ୍ବୀ କରିବାକୁ ଉଦ୍ୟମ କରି ବନବିଭାଗ ପକ୍ଷରୁ ଦିଆଯାଇଛି ୧୨ଜଣଙ୍କୁ ଚାକିରୀ ।

ଦିନେ ନଗଡ଼ା ଥିଲା ଅପପୃଷ୍ଟିର ଇଲାକା ଭାବରେ ସାରା ଦେଶରେ ପରିଚିତ ଥିଲା। ଯେଉଁ ଗାଁର ଅଛି ୪ଟି ସାହି ଯଥା ନାଲିଆ ଡ଼ାବ,ଉପର ନଗଡ଼ା,ମଝି ନଗଡା ଆଉ ତଳ ନଗଡ଼ା। ଏଠାରେ ବସବାସ କରନ୍ତି ପ୍ରାୟ ୫ ଶହରୁ ଅଧିକ ଲୋକ। ତେବେ ଏଠିକାର ଲୋକମାନଙ୍କର ମୂଳ ବେଉସା ଥିଲା ଚାଷବାସ । ଆଉ କିଛି ଲୋକ କିଛି ଟଙ୍କା ପାଇଁ ଜଙ୍ଗଲରୁ କାଠ ସଂଗ୍ରହ କରି ଜୀବିକା ଉପାର୍ଜନ କରୁଥିଲେ। ମାତ୍ର ଆଜି ସମୟ ବଦଳିବା ସାଙ୍ଗରେ ବଦଳିଛନ୍ତି ନଗଡ଼ା ବାସୀ। କିଏ ଖଣି ଅଞ୍ଚଳରେ ତ କିଏ ନଗଡ଼ା ଅଞ୍ଚଳରେ ହେଉଥିବା କିଛି ରାସ୍ତା ଘାଟ, ଡ୍ରେନେଜ କାମ କରି ପେଟପୋଷି ଚଳୁଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ଏକ ଅଭିନଵ ପ୍ରୟାସ । ନଗଡ଼ା ବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରି ବନବିଭାଗ ପକ୍ଷରୁ ଦିଆଯାଇଛି ୧୨ ଜଣ ନଗଡ଼ା ବାସୀଙ୍କୁ ଚାକିରୀ। ତେବେ ସରକାରୀ ଚାକିରୀ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ନଗଡ଼ାବାସୀ।

ଦିନେ ଜଙ୍ଗଲରୁ କାଠ ସଂଗ୍ରହ କରି ପେଟ ପୋଷୁଥିବା ଏହି ନଗଡ଼ା ବାସୀ ଆଜି ଏତେ ସୁନ୍ଦର ଶାଳଜଙ୍ଗଲ କରି ପାରିଛନ୍ତି ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେନି। ସେପଟେ ନଗଡ଼ାବାସୀଙ୍କ ଉନ୍ନତି ପାଇଁ ପ୍ରୟାସ ଜାରି ରହିଛି ଆଉ ଆଗାମି ଦିନରେ ଆହୁରି କରାଯିବ ବୋଲି ବନବିଭାଗର ଅଧିକାରୀ କହିଛନ୍ତି।