ବଜାରରେ ମୁଣ୍ଡ ଟେକିଛି ଖୁଚୁରା ଟଙ୍କା ଚିନ୍ତା ! ଗ୍ରାହକଙ୍କ ଠାରୁ ଦୋକାନୀ ଗ୍ରହଣ କରୁନାହାନ୍ତି ଖୁଚୁରା ଟଙ୍କା, ହନ୍ତସନ୍ତ ହେଉଛନ୍ତି ଲୋକେ ।  

ସୁନ୍ଦରଗଡ ରେ ଆଦୌ ଚଳୁ ନାହିଁ ଖୁଚୁରା ଟଙ୍କା । ଆରବିଆଇର ନର୍ଦ୍ଦେଶ ସତ୍ୱେ ବି ଖୁଚୁରା ଟଙ୍କା ନେବାକୁ ରାଜି ହେଉନାହାଁନ୍ତି ବ୍ୟବସାୟୀ ।

266

କନକ ବ୍ୟୁରୋ: ସୁନ୍ଦରଗଡ ରେ ଆଦୌ ଚଳୁ ନାହିଁ ଖୁଚୁରା ଟଙ୍କା । ଆରବିଆଇର ନର୍ଦ୍ଦେଶ ସତ୍ୱେ ବି ଖୁଚୁରା ଟଙ୍କା ନେବାକୁ ରାଜି ହେଉନାହାଁନ୍ତି ବ୍ୟବସାୟୀ । ଯାହାକୁ ନେଇ ଚିନ୍ତାରେ ପଡୁଛନ୍ତି ସାଧାରଣ ଲୋକେ । ସାଧାରଣତଃ ଗୋଟିଏ ଖବର କାଗଜ କିଣିବାକୁ ହେଲେ ୩ଟଙ୍କା ୫୦ କିମ୍ବା ୫ଟଙ୍କା ଦେବାକୁ ପଡୁଥୁବା ବେଳେ ପେପର ବିକ୍ରି କରୁଥିବା ଲୋକେ ଖୁଚୁରା ପଇସା ନେବାକୁ ଅରାଜି ହେଉଛନ୍ତି ଏବଂ ମାସକୁ ମାସ ପେମେଣ୍ଟ କରିବାକୁ କହୁଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ତଳେ ନବରଙ୍ଗପୁରରୁ ଏହିଭଳି ଏକ ଘଟଣା ସମ୍ନାକୁ ଆସିଥିଲା । ନବରଙ୍ଗପୁର ବ୍ୟାଙ୍କ ଅଫ ବରୋଦାରେ ବ୍ୟାଙ୍କ କର୍ମଚାରୀ ଖୁଚୁରା ନେବାକୁ ମନା କରିବା ସହ ଲୋକଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ଆସିଥିଲା । ତେବେ ପ୍ରଶ୍ନ ଉଠୁଛି ଯଦି ବ୍ୟାଙ୍କ ଟଙ୍କା ନେବାକୁ ମନା କରିଦେବ ତେବେ ସାଧାରଣ ଲୋକେ ଏବଂ ଖୁଚୁରା ବେପାରି ଚଳିବେ କିପରି ? ଖୁଚୁରା ବେପାରିଙ୍କ ଅଭିଯୋଗ ବ୍ୟାଙ୍କ କଏନ ନେଉ ନାହିଁ ଆମେ ବି ନେବୁନି । ବ୍ୟାଙ୍କ ଏବଂ ଖୁଚୁରା ବ୍ୟବସାଇଙ୍କ ମଧ୍ୟରେ ପେଶି ହେଉଛନ୍ତି ସାଧାରଣ ଜନତା । ଏଥିସବୁ ମଧ୍ୟରେ ସୁନ୍ଦରଗଡରେ ଖୁଚୁରା ପଇଶା ଚଳୁନଥିବା ଅଭିଯୋଗ ଆସିବା ପରେ କନକ ନ୍ୟୁଜ ତରଫରୁ ଏକ ରିଆଲିଟି ଚେକ କରାଯାଇଥିଲି । ସେଥିରୁ ଜଣା ପଡିଲା, ସୁନ୍ଦରଗଡ ରେ ଆଦୌ ଚଳୁ ନାହିଁ ଖୁଚୁରା ଟଙ୍କା । ଆରବିଆଇର ନିର୍ଦ୍ଦେଶ ସତ୍ୱେବି ଦୋକାନ ବଜାର କେଉଁଠି ବି ବ୍ୟବସାୟୀ ଖୁଚୁରା ଟଙ୍କା ନେବାକୁ ରାଜି ହେଉନାହାନ୍ତି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।