ରିଲିଜ ପୂର୍ବରୁ ଚର୍ଚ୍ଚାରେ ଫିଲ୍ମ “ଦି ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର” ! ପୁରା ଷ୍ଟାରକାଷ୍ଟର ଗ୍ରୁପ ଫଟୋ ସେୟାର କଲେ ଫିଲ୍ମ କ୍ରିଟିକ ତରୁଣ ଆଦର୍ଶ ।

34

ରିଲିଜ ପୂର୍ବରୁ ଚର୍ଚ୍ଚାରେ ଆଗାମୀ ବଲିଉଡ ଫିଲ୍ମ “ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର” । ଏଥିରେ ବଲିଉଡ ଅଭିନେତା ଅନୁପମ ଖେର ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚରିତ୍ରରେ ନଜର ଆସୁଥିବାବେଳେ ସୋନିଆ ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ଜର୍ମାନ ଅଭିନେତ୍ରୀ ସୁଜୈନ ବର୍ଣ୍ଣୋଟ । ଏମାନଙ୍କ ବ୍ୟତିତ ଫିଲ୍ମରେ କଂଗ୍ରେସର ଆଉ କେଉଁ କେଉଁ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିବ ଏବେ ତା ଉପରୁ ଉଠିଛି ପର୍ଦ୍ଦା । ଫିଲ୍ମ କ୍ରିଟିକ ତରୁଣ ଆଦର୍ଶ ଫିଲ୍ମ ଷ୍ଟାରକାଷ୍ଟଙ୍କ ଏକ ଗ୍ରୁପ୍ ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ କଂଗ୍ରେସର ଅନେକ ବ୍ୟକ୍ତିତ୍ୱ ନଜର ଆସିଛନ୍ତି । ମନମୋହନ ସିଂହ, ତାଙ୍କ ପତ୍ନୀ ଗୁରଶରଣ କୌର, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି,ପ୍ରିୟଙ୍କା ଗାନ୍ଧି, ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ବ୍ୟକ୍ତିତ୍ୱଙ୍କ ଚରିତ୍ର କେଉଁମାନେ ନିଭାଉଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ । ରାଷ୍ଟ୍ରୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ହଂସଲ ମେହତା ଫିଲ୍ମର କାହାଣୀ ଲେଖିଛନ୍ତି । ଆସନ୍ତା ଡିସେମ୍ବର ୧୮ରେ ପରଦାକୁ ଆସିବ ଫିଲ୍ମ ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର ।