ଫ୍ରାଇଡେ ରିଲିଜ୍ : ପରଦାରେ ଆକ୍ସିଡେଂଟାଲ୍ ପ୍ରାଇମିନିଷ୍ଟର ବନାମ ଉରି

81

ଫିଲ୍ମ ଫ୍ରାଇଡେରେ ଆଜି ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଅଧାରିତ ଫିଲ୍ମ ଉରି ଆଜି ପରଦାକୁ ଆସିବ । ଫିଲ୍ମଟି ୨୦୧୬ରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଅଂଚଳରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍ କାହାଣୀ ଉପରେ ଆଧାରିତ । ଉରି ସେକ୍ଟର୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଏହାପରେ ଭାରତୀୟ ସେନାଙ୍କ ସର୍ଜିକାଲ୍ ଷ୍ଟ୍ରାଇକକୁ ନେଇ ଚଳଚ୍ଚିତ୍ର ଉରିର କାହାଣୀ ଗତିଶୀଳ ହୋଇଛି । ଫିଲ୍ମର ଲିଡରେ ଅଛନ୍ତି ଭିକି କୌଶଲ ।

ସତ କାହାଣୀ ଉପରେ ଆଧାରିତ ଫିଲ୍ମ ଉରିକୁ ଟକ୍କର ଦେବ ‘ଦ ଆକ୍ସିଡ଼େଂଟାଲ ପ୍ରାଇମ୍ ମିନିଷ୍ଟର’ । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ଅନୁପମ୍ ଖେର୍ । ଫିଲ୍ମଟି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପଲିଟିକାଲ କ୍ୟାରିୟରକୁ ନେଇ ଗତିଶୀଳ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଗୁଟେ । ‘ଦ ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର’ର ଟ୍ରେଲର୍ ରିଲିଜ ପରେ ସିନେମାକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି । ସିନେମାରେ କଂଗ୍ରେସ ପାର୍ଟିର ବହୁ ଭିତିରି କଥା ସ୍ଥାନ ପାଇଥିବା ସନ୍ଦେହ କରି ସିନେମାକୁ ବ୍ୟାନ୍ କରିବା ପାଇଁ ଅନେକ ସ୍ଥାନରେ ସ୍ୱର ଉଠିଛି ।