ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪: କରୋନା ମୃତ୍ୟୁ ନେଇ ବଦଳିଲା ସରକାରୀ ତଥ୍ୟ; ତ୍ରୁଟି ସୁଧାରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ
କନକ ବ୍ୟୁରୋ: ରାଜ୍ୟରେ ଆଜି ୨ ନୁହେଁ ବରଂ ଜଣେ କରୋନା ମୃତ । କରୋନା ମୃତ୍ୟୁ ନେଇ ବଦଳିଲା ସରକାରୀ ତଥ୍ୟ । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ ବରଂ ୪ ବୋଲି ଟ୍ୱିଟ୍ କରି ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଗତକାଲି ଗଂଜାମ ଜିଲ୍ଲାରେ ହୋଇଥିବା ଦ୍ୱିତୀୟ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଥିଲା । ମାତ୍ର ମୃତକଙ୍କ ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବା ପରେ ମୃତ୍ୟୁ ସଂଖ୍ୟା କମାଇଛନ୍ତି ସରକାର ।
Kanak News is now on WhatsApp
Join and get latest news updates delivered to you via WhatsApp
The 2nd death of Ganjam district yesterday was suspected Covid. Test report received from the laboratory now is negative for COVID-19.
Hence total Covid deaths of Odisha stand at 4.
— H & FW Dept Odisha (@HFWOdisha) May 17, 2020
ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ଏବେ ତ୍ରୁଟି ସୁଧାରି ବିଭାଗ ପକ୍ଷରୁ କୁହାଯାଇଛି ଯେ ଏ ଦୁଇ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ରିପୋର୍ଟ ନେଗେଟିଭ୍ ଥିଲା । ଏଣୁ ଏବେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ନୁହେଁ, ବରଂ ୪ ବୋଲି କୁହାଯାଇଛି ।
ଅନ୍ୟପଟେ ରାଜ୍ୟରେ ଆଜି ଆଉ ୯୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, ବାଲେଶ୍ୱରରେ ୧୭ , ଗଂଜାମ ୧୫, କଟକ ୧୨, ପୁରୀ ୭ , କେନ୍ଦୁଝର ୪ , ଖୋର୍ଧା ୩ , ବଲାଙ୍ଗିର ୨, କେନ୍ଦ୍ରପଡା, ସୁନ୍ଦରଗଡ ଓ ସଂବଲପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ସଂବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ରାଜ୍ୟରେ ୨୨ ତମ ଜିଲ୍ଲା ଭାବେ ସଂବଲପୁରରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଆଜି ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଂଟିନ୍ ସେଂଟରରୁ ବୋଲି ଜଣାପଡିଛି । ସବୁଠାରୁ ସଂବେଦନଶୀଳ କଥା ହେଉଛି ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସରପଂଚ ରହିଛନ୍ତି । ୧୫ ନୂଆ ଆକ୍ରାନ୍ତଙ୍କ ସହିତ ଗଂଜାମରେ କରୋନା ଆକ୍ରାନ୍ତ ସଂଖ୍ୟା ୨୯୨ କୁ ବୃଦ୍ଧି ହୋଇଛି । ସେହିପରି ଯାଜପୁର ୧୨୧, ବାଲେଶ୍ୱର ୧୧୯ , ଭଦ୍ରକ ୭୪, ଖୋର୍ଧା ୫୯ , ପୁରୀ ୨୫ , କଟକରେ ଆକ୍ରାନ୍ତ ସଂଖ୍ୟା ୨୨କୁ ବୃଦ୍ଧି ହୋଇଛି ।