ଥାଲେସିମିଆ ରୋଗରେ ପୀଡିତଙ୍କ ଚିକିତ୍ସା ହେଲା ସହଜ : ଜାଣନ୍ତୁ କିପରି ଏବଂ କେଉଁଠି କରାଯାଉଛି ଚିକିତ୍ସା

73

ଗୁଜୁରାଟ ବାଦ ଦେଶର ଅନ୍ୟ କିଛି ରାଜ୍ୟରେ ମଣିଷ ରକ୍ତ ଦ୍ୱାରା ଥାଲେସେମିଆ ରୋଗରେ ଆକ୍ରାନ୍ତ ପିଲାମାନଙ୍କୁ ଚିକିତ୍ସା କରାଯାଉଥିଲା । କିନ୍ତୁ ଏବେ ଅହମଦାବାଦର ଅଖଣ୍ଡାନନ୍ଦ ଆର୍ୟୁବେଦ ହସ୍ପିଟାଲରେ ଏକ ନୂତନ ଉପାୟରେ ଛେଳି ରକ୍ତରେ ମଧ୍ୟ ଏହି ଗମ୍ଭୀର ରୋଗ ଭଲ ହେବାର ଉପାୟ ମିଳିଛି । ଯାହାର ପ୍ରଥମ ପରୀକ୍ଷା ପଞ୍ଜାବର ଲୁଧିଆନା ସ୍ଥିତ ମୋଣ୍ଡଲ ଗ୍ରାମ ସରାକରୀ ଆର୍ୟୁବେଦିକ ହସ୍ପିଟାଲରେ ହେବ । ସରକାରୀ ସ୍ତରରେ ପଂଜାବର ଏହା ହେଉଛି ପ୍ରଥମ ପ୍ରୋଜେକ୍ଟ । ଏଥିପାଇଁ ମୋଟ ୩୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବାବେଳେ କେନ୍ଦ୍ର ସରକାର ୧୩ ଲକ୍ଷ ଟଙ୍କା ସହାୟତା ରାଶି ମଧ୍ୟ ଦେବା ପାଇଁ ଘୋଷଣା କରିଛନ୍ତି ।

ଲୁଧିଆନାର ଏହି ସରକାରୀ ଆର୍ୟୁବେଦିକ ହସ୍ପିଟାଲର ଇନଚାର୍ଜ ଡକ୍ଟର ହେମନ୍ତ କୁମାରଙ୍କ କହିବା ଅନୁସାରେ ଛେଳି ରକ୍ତରେ କିଭଳି ଥାଲେସେମିଆ ରୋଗ ଉପଚାର ହେବ ସେଥିପାଇଁ ଲୁଧିଆନାର କିଛି ଡାକ୍ତର ଅହମଦାବାଦର ଅଖଣ୍ଡାନନ୍ଦ ଆର୍ୟୁବେଦ ହସ୍ପିଟାଲରୁ ପ୍ରଶିକ୍ଷଣ ନେଇ ଆସିଛନ୍ତି । ଅଖଣ୍ଡାନନ୍ଦ ଆର୍ୟୁବେଦ ହସ୍ପିଟାଲରେ ହେଉଥିବା ଏହି ନୂତନ ଊପାୟ ୫ହଜାର ବର୍ଷ ପୁରୁଣା ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଏବଂ ଏହି ପଦ୍ଧତିକୁ ଆପଣାଇ କିଭଳି ଏହି ଗମ୍ଭୀର ରୋଗର ନିରାକରଣ କରାଯାଇ ପାରିବ ସେଥିପାଇଁ କେନ୍ଦ୍ର ସରକାର ମଧ୍ୟ ମଂଜୁରୀ ଦେଇଥିବା ଆର୍ୟୁବେଦିକ ବିଭାଗ ନିର୍ଦ୍ଦେଶକ ରାକେଶ ଶର୍ମା କହିଛନ୍ତି ।