ଥାଇଲାଣ୍ଡରେ ରାଜାଙ୍କ ଶେଷକୃତ୍ୟ ! ଅନ୍ତିମ ସଂସ୍କାରରେ ସାମିଲହେଲେ ହଜାର ହଜାର ଜନତା

49

କନକ ବ୍ୟୁରୋ : କୁହାଯାଏ ଯିଏ ଯେତିକି ଧନୀ ହୋଇଥିଲେ ବି ମୃତ୍ୟୁ ପରେ କେହି କିଛି ସାଥିରେ ନେଇ ଯାଆନ୍ତିନି । ତେବେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଜଣଙ୍କର ମୃତ୍ୟୁରେ ଶତାଧିକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଥାଇଲାଣ୍ଡର ରାଜା ଭୂମିବୋଲ ଅଦୁଲ୍ୟଦେଜଙ୍କ ଅନ୍ତିମ ସଂସ୍କାରରେ ଖର୍ଚ୍ଚ ହୋଇଛି ପ୍ରାୟ ୬ଶହ କୋଟି ଟଙ୍କା । ତାଙ୍କ ମୃତ୍ୟୁ ଗତବର୍ଷ ଅକ୍ଟୋବର ୧୩ତାରିଖରେ ହୋଇଥିଲା ।

ଏକ ବର୍ଷ ପର୍ଯ୍ୟନ୍ତ ଶୋକ ପ୍ରକାଶ କରିବାପରେ ଗୁରୁବାର ଦିନ ରାଜା ଭୂମିବୋଲଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ବର୍ଷକ ପରେ ଶେଷ ୫ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବା ପରେ ଗୁରୁବାର ଦିନ ରାଜାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଏଥିପାଇଁ ଥାଇଲାଣ୍ଡରେ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି । ରାଜାଙ୍କ ଅନ୍ତିମ ସସ୍କାର ପାଇଁ ରାଜକୀୟ ଶ୍ମସାନର ନିର୍ମାଣ କରାଯାଇଥିଲା । ରାଜା ଭୂମିବୋଲ ଅଦୁଲ୍ୟଦେଜ ଥାଇଲାଣ୍ଡରେ ଦୀର୍ଘ ୭୦ବର୍ଷ ଧରି ଶାସନରେ ରହିଆସିଥିଲେ ।