‘ପାରାଡାଇଜ ଆଇଲାଣ୍ଡ’ ପାଲଟିଲା ‘ଡେଥ୍ ଆଇଲାଣ୍ଡ’ : ବିଶ୍ୱରେ ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ଗଣାଯାଉଥିବା ଦ୍ୱୀପ ମନରେ ସୃଷ୍ଟି କରୁଛି ଭୟ । କାହିଁକି ଜାଣନ୍ତୁ
ଦ୍ୱୀପଟି ଦେଖିବାକୁ ଯେତେ ସୁନ୍ଦର ତାହାର ଇତିହାସ ପାଲଟୁଛି ସେତିକି ଅସୁନ୍ଦର
ଥାଇଲାଣ୍ଡରେ ଏକ ଦ୍ୱୀପ ରହିଛି ଯାହାର ନାମ ହେଉଛି ‘କୋହ ତାଓ’। ତାହାକୁ ଲୋକେ ‘ପାରାଡାଇଜ୍ ଆଇଲାଣ୍ଡ’ ବୋଲି ବି କହିଥାନ୍ତି। ମାତ୍ର ଏହାର ନାମ ପରିବର୍ତ୍ତନ ହୋଇ ଇତିମଧ୍ୟରେ ‘ଡେଥ୍ ଆଇଲାଣ୍ଡ’ ହୋଇଯାଇଛି। ଏପରି ରହସ୍ୟମୟ ନାମ ପଛର କାରଣ ଜାଣିବା ପାଇଁ ଆପଣଙ୍କର ନିଶ୍ଚୟ ଇଚ୍ଛା ହେଉଥିବ।
Kanak News is now on WhatsApp
Join and get latest news updates delivered to you via WhatsApp
ନୀଳ ଜଳ, ସ୍ୱଚ୍ଛ କୂଳ ଓ ଧଳା ବାଲିର ଏହି ଦ୍ୱୀପଟି ଦେଖିବାକୁ ଯେତେ ସୁନ୍ଦର ତାହାର ଇତିହାସ ପାଲଟୁଛି ସେତିକି ଅସୁନ୍ଦର। ଗତ କିଛି ବର୍ଷ ଭିତରେ ଲଗାତର ଭାବେ ବିଦେଶୀ ପର୍ଯ୍ୟଟକମାନେ ଏହି ଆଇଲାଣ୍ଡ୍ ବୁଲିବାକୁ ଆସି ନିରୁର୍ଦ୍ଦିଷ୍ଟ ହୋଇ ଯାଉଥିବା କଥା ଲୋକଙ୍କ ଭିତରେ ଭୟର ଆତଙ୍କ ଖେଳାଉଛି। ୨୦୧୪ ମସିହାରୁ ନେଇ ଇୟୁରୋପର ପ୍ରାୟ ୯ ଜଣ ପର୍ଯ୍ୟଟକ ଏଠାକୁ ଆସି ଆଉ ଫେରିନାହାନ୍ତି। ସେମାନେ ମରିଯାଇଛନ୍ତି କି କେଉଁଆଡ଼େ ହଜିଯାଇଛନ୍ତି ତାହାର କୌଣସି ଠିକଣା ନାହିଁ।
ଏହି ଘଟଣାକୁ ଲକ୍ଷ କରି ବ୍ରିଟିଶର ଏକ ପତ୍ରିକାରେ ଏହି ଆଇଲାଣ୍ଡକୁ ‘ଡେଥ୍ ଆଇଲାଣ୍ଡ’ ବୋଲି ନାମିତ କରାଯାଇଛି। ଗତ ଜୁନରେ ବ୍ରିଟେନର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଏହି ଆଇଲାଣ୍ଡରେ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ ଆସିଥିଲା। ମାତ୍ର ଥାଇ ପୁଲିସ୍ ଏହାକୁ ଅସ୍ୱୀକାର କରିଥିଲା। ଏପରିକି ଦୁଷ୍କର୍ମ ସଂପର୍କରେ ଯେଉଁମାନେ ଫେସ୍ବୁକରେ ପୋଷ୍ଟ୍ କରିଥିଲେ ପୁଲିସ୍ ସେମାନଙ୍କୁ ଗିରଫ ବି କରିଥିଲା। ଖାଲି ସେତିକି ନୁହେଁ, ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ପ୍ରୟୁଥ୍ ଚାନ-ଓକା ଯୁବତୀଙ୍କ ପୋଷାକକୁ ସମାଲୋଚନା କରି ତାଙ୍କୁ ଦାୟୀ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।
ଥାଇଲାଣ୍ଡକୁ ବିଶ୍ୱର ବଛା ବଛା ସୁନ୍ଦର ପର୍ଯ୍ୟଟନସ୍ଥଳୀ ଭିତରେ ଗଣନା କରାଯାଏ। ଏପରିକି ଏହାକୁ ‘ଲ୍ୟାଣ୍ଡ ଅଫ୍ ସ୍ମାଇଲ୍ସ’ ବୋଲି ବି କୁହାଯାଏ। ମାତ୍ର ଥାଇଲାଣ୍ଡର ଏହି ଆଇଲାଣ୍ଡରେ ହତ୍ୟା, ଦୁଷ୍କର୍ମ ଓ ନିରୁର୍ଦ୍ଦିଷ୍ଟ ସଂଖ୍ୟା ବୃଦ୍ଧି ପାଇବା ପରେ ଲୋକଙ୍କ ଚିନ୍ତାଧାରା ଏହା ପ୍ରତି ବଦଳିବାରେ ଲାଗିଛି।