ପୁଣି ଆମେରିକାରେ ଆତଙ୍କ ! ଟେକ୍ସାସରେ ଚର୍ଚ୍ଚରେ ପଶି ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଦୁର୍ବୃତ୍ତର ଆଖିବୁଜା ଫାୟାରିଂ, ପାଦ୍ରୀଙ୍କ ସମେତ ୨୬ ମୃତ

32

କନକ ବ୍ୟୁରୋ : ପୁଣି ଆମେରିକାରେ ଆତଙ୍କ । ଆମେରିକା ଟେକ୍ସାସର ଏକ ଚର୍ଚ୍ଚରେ ଗତ ରାତିରେ ଆକ୍ରମଣ ହୋଇଛି । ଏଥିରେ ୨୬ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଟେକ୍ସାସରେ ୱିଲସନ କାଉଂଟିରେ ଥିବା ବାପିଷ୍ଟ ଚର୍ଚରେ ଜଣେ ଆକ୍ରମଣକାରୀ ପଶି ଆଖିବୁଜା ଗୁଳିଚଳାଇଛି । ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ ପୋଲିସର ପାଲଟା ଆକ୍ରମଣରେ ଆକ୍ରମଣକାରୀ ବି ପ୍ରାଣ ହରାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଆକ୍ରମଣକାରୀ ଚର୍ଚ୍ଚ ଭିତରେ ପଶି ପ୍ରାର୍ଥନା କରୁଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳିଚଳାଇଥିଲା । ଏହି ଆକ୍ରମଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ଗତ ଏକ ସପ୍ତାହ ମଧ୍ୟରେ ଲଗାତାର ତୃତୀୟ ଥର ଲାଗି ଏଭଳି ବଡ ଆକ୍ରମଣ ହୋଇଛି । ପୂର୍ବ ଏସିଆରେ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି । ମୁଁ ଜାପାନରେ ଥିଲେ ବି ପରିସ୍ଥିତି ଉପରେ ନଜର ରଖିଛି ।