ବାରବାଟୀକୁ ମିଳିଲା ଟେଷ୍ଟ ଭେନ୍ୟୁ ମାନ୍ୟତା : ଏଣିକି ୫ ଦିନିଆ କ୍ରିକେଟର ମଜା ନେଇପାରିବେ ଓଡିଆ ଦର୍ଶକ

32

ବାରବାଟୀକୁ ମିଳିଲା ଟେଷ୍ଟ ଭେନ୍ୟୁ ମାନ୍ୟତା । ପୂର୍ବରୁ ଦିନିକିଆ ପାଇଁ ଅନୁମତି ମିଳିଥିବା ବେଳେ ବାରବାଟୀରେ ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ।

ଆଜି ବିସିସିଆଇର ଆନୁଆଲ ଜେନେରାଲ ବଡି ମିଟିଂରେ ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ମିଳିବା ନେଇ ଘୋଷଣା କରାଯାଇଛି । ଏଣିକି ୫ ଦିନିଆ କ୍ରିକେଟର ମଜା ନେଇ ପାରିରେ ଓଡିଆ ଦର୍ଶକ । ତେବେ ଏହି ମାନ୍ୟତା ଗୋଟିଏ ବର୍ଷ ଆଗରୁ ମିଳିବାର ଥିଲା। ହେଲେ ବାରବାଟୀରେ ବୋତଲ ମାଡ ଘଟଣା ଯୋଗୁଁ ଟେଷ୍ଟ ଭେନ୍ୟୁକୁ ବାତିଲ କରାଯାଇଥିଲା ବୋଲି କହିଛନ୍ତି ଆଶୀର୍ବାଦ ବେହେରା । ୨୦୧୫ ଅକ୍ଟୋବର ୫ରେ  ଇଣ୍ଡିଆ-ସାଉଦ୍ ଆଫ୍ରିକା ମ୍ୟାଚ୍ରେ ଟିମ୍ ଇଣ୍ଡିଆର ପରାଜୟ ପରେ ବାରବାଟୀରେ ବୋତଲ ମାଡ ହୋଇଥିଲା । ଯାହାକୁ ନେଇ ଟେଷ୍ଟ ଭେନ୍ୟୁରୁ ବାଦ ପଡିଥିଲା ବାରବାଟୀ।