ମହାପ୍ରସାଦର ମାନ ବିବାଦ ! ନିଯୋଗ କହିଲା, ଗଙ୍ଗା ପାଣି ମଇଳା ସତ୍ୱେ ପବିତ୍ର

38

କନକ ବ୍ୟୁରୋ : ମହାପ୍ରସାଦର ମାନ ନିରୁପଣକୁ ସେବାୟତଙ୍କ ବିରୋଧ । ଅବଢ଼ାର ମାନ ଯାଂଚ୍ ପାଇଁ ଖାନ୍ୟ ନିରୀକ୍ଷକ ନିଯୁକ୍ତିକୁ ବିରୋଧ କରିବ ସୁଆର ମହାସୁଆର ନିଯୋଗ । ମହାପ୍ରସାଦର କଣିକାଟିଏକୁ ନିର୍ମାଲ୍ୟ ଭାବେ ଗ୍ରହଣ କରାଯାଏ । ତେଣୁ ପ୍ରସାଦର ମାନ ଯାଂଚକୁ ଅର୍ଧମ ବୋଲି କହିବା ସହ ଏଭଳି କାର୍ଯ୍ୟକୁ ବିରୋଧ କରାଯିବ ବୋଲି ସୂଚନା ଦେଇଛି ଏହି ନିଯୋଗ । ତେବେ ଟଙ୍କ ତୋରାଣୀ କିମ୍ବା ଅନ୍ୟ ସାମଗ୍ରୀର ମାନ ଯାଂଚ୍ କରାଗଲେ କୌଣସି ଅସୁବିଧା ନାହିଁ । ମାତ୍ର ମହାପ୍ରସାଦ କଥା ଚିନ୍ତା କରନ୍ତୁ ନାହିଁ ବୋଲି କହିଛନ୍ତି ସୁଆର ମହାସୁଆର ନିଯୋଗ ସଂପାଦକ ।

ସେହିପରି ଏଭଳି ଏକ ନିଷ୍ପତିକୁ ବିରୋଧ କରିବାକୁ ଯାଇ ଗଙ୍ଗାନଦୀର ପବିତ୍ରତା ସଂର୍କପରେ ଉଲ୍ଲେଖ କରାଯାଇଛି । ଗଙ୍ଗାନଦୀର ଜଳ ଯେତେ ଅପରିଷ୍କାର ହେଲେ ମଧ୍ୟ ତାହା ଧର୍ମିୟ ଭାବନା ସହ ଜଡିତ । ଏଥିରୁ ଟୋପାଏ ପାଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ କରିଛି । ଠିକ୍ ସେହିପରି ମହାପ୍ରସାଦର ମାନ ମଧ୍ୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ । ତେଣୁ ଏହାର ମାନ ଯାଂଚ୍କୁ ବିରୋଧ କରାଯାଉଥିବା ସୂଚନା ଦିଆଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-