କାଶ୍ମୀର ଯୁବକଙ୍କୁ ହତ୍ୟା କଲେ ଆତଙ୍କବାଦୀ : ଗୁଳି ମାରି ହତ୍ୟା କରୁଥିବା ଭିଡିଓ ହେଲା ଭାଇରାଲ

ଭାଇରାଲ୍ ହେଲା କଶ୍ମୀରୀ ଯୁବକଙ୍କୁ ଆତଙ୍କବାଦୀମାନେ ହତ୍ୟା କରୁଥିବା ଭିଡିଓ

132

୧୮ ବର୍ଷୀୟ କାଶ୍ମୀରୀ ଯୁବକ ନଦିମ ମଂଜୁର ଦରଙ୍କୁ ହିଜବୁଲ ମୁଜାହିଦ୍ଦିନ୍ ଆତଙ୍କବାଦୀ ମାନେ ଅପହରଣ କରି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାଟି ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ନିକଲୋରା ଅଂଚଳର । ଆତଙ୍କବାଦୀ ମାନେ ଗୁଳି କରୁଥିବା ଭିଡିଓ ଶୁକଅବାର ଦିନ କାଶ୍ମୀର ଉପତ୍ୟକାରେ ଭାଇରାଲ ହୋଇଛି ।

ମିଳିଥିବା ଖବର ଅନୁସାରେ, ହିଜବୁଲ୍ ଆତଙ୍କବାଦୀମାନେ ନଦୀମଙ୍କୁ ତାଙ୍କ ଶୋପିଆନ୍ ଅନ୍ତର୍ଗତ ସଫନଗରୀ ଗାଁରେ ଥିବା ତାଙ୍କ ଘରୁ ଅପହରଣ କରି ପରେ ପୁଲଓ୍ଵାମାରେ ତାଙ୍କୁ ହତ୍ୟା କରିଥିଲେ। ନଦୀମଙ୍କୁ ହତ୍ୟା କରାଯାଉଥିବା ଭିଡିଓରେ ଦେଖାଯାଉଛି ଆତଙ୍କବାଦୀମାନେ ତାଙ୍କୁ ପୁଲିସ ସୂଚନାଦାତା କହି ଦୋଷାରୋପ କରୁଛନ୍ତି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଭିଡିଓର ସତ୍ୟାସତ୍ୟ ବିଷୟରେ ଅନୁସନ୍ଧାନ କରାଯାଉଛି। ପଡ଼ୋଶୀ ପୁଲଓ୍ଵାମା ଜିଲ୍ଲା ଅନ୍ତର୍ଗତ ନିକଲୋରା ଠାରେ ନଦୀମଙ୍କ ଶବ ମିଳିଥିଲା।

ପୁଲଓ୍ଵାମାର ଏସଏସପି ଚନ୍ଦନ କୋହଲି କହିଛନ୍ତି, ନଦିମଙ୍କ ଗୁଳିବିଦ୍ଧ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଥିଲା। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି । ଘଟନା ପରେ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଖୋଜା ଚାଲିଛି। ସଫନଗରୀ ଗାଁର ଅନ୍ୟ ଜଣେ ବ୍ୟକ୍ତି ଅବଦୁଲ୍ ରହିମ୍ ଦରଙ୍କ ୨୫ ବର୍ଷୀୟ ପୁଅ ଶହିଦ୍ ଅହମଦ୍ ଦର୍ ମଧ୍ୟ ଗତକାଲି ଠାରୁ ନିରୁର୍ଦ୍ଦିଷ୍ଟ ହୋଇଯାଇଛନ୍ତି ।