ପମ୍ପୋର ଇଡିଆଇ କ୍ୟାମ୍ପସରେ ଆତଙ୍କବାଦୀ ଛୁପି ରହିଥିବା ଆଶଙ୍କା : ଗୁଳି ବିନିମୟ ଜାରି , ଜଣେ ଯବାନ ଆହତ

29

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରର ପମ୍ପୋରରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ପମ୍ପୋରରେ ଥିବା ସରକାରୀ ଇଡିଆଇ ବିଲଡିଂରୁ ପ୍ରଥମେ ଗୁଳି ଫୁଟିବା ଶବ୍ଦ ହୋଇଥିଲା । ଏହାପରେ ବିଲଡିଂକୁ ଖାଲି କରିଦିଆଯାଇଛି ।

ଇଡିଆଇ ବିଲଡିଂରେ ଦୁଇ ଜଣ ଆତଙ୍କବାଦୀ ଲୁଚିରହିଛନ୍ତି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଭୋର୍ ସାଢେ ୩ଟା ବେଳେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷା କର୍ମୀ । ଇଡିଆଇର କ୍ୟାମ୍ପସରେ ଗୋଟିଏ କୋଠା ନିଆଁ ଲାଗିଯାଇଥିବା ମଧ୍ୟ ସୂଚନା ମିଳିଛି ।