ଆର୍ମି ୟୁନିଟରେ ପୁଣି ଆତଙ୍କୀ ହମଲା : ଜମ୍ମୁ ଓ କାଶ୍ମୀରର ନଗରୋଟାରେ କ୍ୟାମ୍ପକୁ ଟାର୍ଗେଟ

19

କନକ ବ୍ୟୁରୋ : ଆର୍ମି ୟୁନିଟରେ ଆତଙ୍କବାଦୀ ହମଲା । ଜମ୍ମୁ ଓ କାଶ୍ମୀରର ନଗରୋଟାରେ ଥିବା ସେନା କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ମିିଳିଥିବା ସୂଚନା ଅନୁଯାୟୀ ସକାଳ ୫ଟା ୩୦ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ ମାଡ କରିବା ପରେ ଗୁଳିଚାଳନା କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନଙ୍କ ସହ ଜଣେ ଅଧିକାରୀ ଆହତ ହୋଇଛନ୍ତି ।

ଆତଙ୍କବାଦୀଙ୍କ ଆକ୍ରମଣର କଡା ଯବାବ ଦେଉଛନ୍ତି ସୁରକ୍ଷା କର୍ମୀ । ଉଭୟପଟରୁ ଗୁଳିଚାଳନା ଜାରି ରହିଛି । ଏହି ଆତ୍ମଘାତୀ ଆକ୍ରମଣରେ ୨ରୁ ୩ଜଣ ଆତଙ୍କୀ ଥିବା ସନ୍ଦେହ କରାଯାଉଛି । ଶ୍ରୀନଗର ରାଜପଥ ଦେଇ ଏମାନେ ନଗରୋଟାରେ ପହଂଚିଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ଅଂଚଳକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି । ନଗରୋଟାରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଅଂଚଳର ସ୍କୁଲ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।