ବାରମୂଳା ସେନା କ୍ୟାମ୍ପରେ ଆକ୍ରମଣ : ପାଲଟା ଆକ୍ରମଣରେ ୨ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ

43

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରର ବାରମୂଳା ରାଷ୍ଟ୍ରୀୟ ରାଇଫଲ୍ସ ସେନା କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ରବିବାର ରାତି ପ୍ରାୟ ସାଢେ ୧୦ଟା ବେଳେ ୪୬ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ କରି ବିଫଳ ହୋଇଛନ୍ତି । ଆତଙ୍କବାଦୀଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ ସେନା। ଯବାନଙ୍କ ପ୍ରତି ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସହ ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଚାରି ଜଣ ଯବାନ ଆହତ ହୋଇଛନ୍ତି । ଦୁଇ ଜଣ ଆତଙ୍କବାଦୀ ପ୍ରଥମେ ଗ୍ରେନେଡ ମାଡ କରିଥିଲେ ।ଏବଂ ପରେ ଗୁଳିମାଡ ଆରମ୍ଭ କରିଥିଲେ ।

ସେନାକ୍ୟାମ୍ପକୁ ଲାଗିରହିଥିବା ଏକ ପାର୍କ ଜରିଆରେ ଆତଙ୍କୀମାନେ କ୍ୟାମ୍ପ ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯବାନଙ୍କ ପାଲଟା ଆକ୍ରମଣ ଯୋଗୁଁ କ୍ୟାମ୍ପ ଭିତରେ ପ୍ରବେଶ କରିପାରିନାହାନ୍ତି । ସ୍ଥାନୀୟ ଅଂଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି । ବାରମୂଳା ଆତଙ୍କୀ ଘଟଣା ଉପରେ ନଜର ରଖିଛନ୍ତି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ । ଏହାସହ ବିଏସଏଫ ଡିଜି କେ.କେ.ଶର୍ମା ଆକ୍ରମଣ ସମ୍ପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି । ଘଟଣାକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଅଜିତ ଦୋଭାଲ  ଆଲୋଚନା କରିଛନ୍ତି ।