ଆତଙ୍କବାଦ ରାସ୍ତା ଛାଡ଼ି ସେନାରେ ଯୋଗଦେଇଥିଲେ ! ଶତ୍ରୁଙ୍କ ମାରି ସହିଦ ହୋଇଗଲେ ଦେଶଭକ୍ତ ନଜିର୍ ଅହମ୍ମଦ ବାନୀ

118

ପ୍ରତିଦିନ ସୀମାରେ ଅନେକ ବୀର ଯବାନ ସହୀଦ ହେଉଛନ୍ତି । ଦେଶ ପାଇଁ ଜାତି ପାଇଁ ହସି ହସି ଜୀବନ ଦେଉଛନ୍ତି । ତାଙ୍କ ତ୍ୟାଗ ତ୍ୟାଗ ଆଗରେ ସବୁକିଛି ଛାର । ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ମୁଛପୋଛ କରିବା ପାଇଁ ସେନା ପକ୍ଷରୁ ପ୍ରତିଦିନ ଅପରେସନ ଅଲଆଉଟକୁ ଜୋରଦାର କରାଯାଉଛି । ଯବାନ ଆଉ ଏଥିରେ ସେନାକୁ ସଫଳତା ମଧ୍ୟ ମିଳୁଛି । ଗତ ରବିବାର ଦିନ ସୋପିଆଁ ଜିଲ୍ଲାରେ ମଧ୍ୟ ହୋଇଥିଲା ଅପରେସନ୍ ଅଲଆଉଟ୍ । ଆଉ ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଆଉ ଏହି ଅପରସେନରେ ସହିଦ ହୋଇଥିଲେ ସେନାର ଜଣେ ଯବାନ ନଜିର୍ ଅହମ୍ମଦ ବାନୀ ।

ସହିଦ ହୋଇଥିବା ନଜିର ଅହମ୍ମଦଙ୍କ କାହାଣୀ ଶୁଣି ଯେକେହି ଆଶ୍ଚର୍ଯ୍ୟ ହୋଇଯିବ । ଦିନ ଥିଲା ନଜିର ଥିଲେ ଜଣେ ଆତଙ୍କବାଦୀ । ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସମ୍ପୃକ୍ତ ଥିଲେ । ପରେ ସେ ଆତ୍ମସମର୍ପଣ କରି ଭାରତୀୟ ସେନାରେ ଯୋଗ ଦେଇଥିଲେ । ସେନାରେ ଯୋଗ ଦେବାପରେ ନିଷ୍ଠାପର ଭାବେ ସେ କାମ କରୁଥିଲେ । ଆଉ ତାଙ୍କ ବୀରତା ପାଇଁ ସେଥିପାଇଁ ୨୦୦୭ରେ ତାଙ୍କୁ ପଦକ ମଧ୍ୟ ମିଳିଥିଲା ।

ସେନାରେ ଯୋଗଦେଇ ଆତଙ୍କବାଦୀଙ୍କ ବିରୋଧରେ କଡ଼ା ଅଭିଯାନ ଚଳାଇଥିଲେ ନଜିର । ଆଉ ଶେଷର ଆତଙ୍କବାଦୀଙ୍କ ବିରୋଧରେ ଲଢ଼ି ଦେଶ ପାଇଁ ଜୀବନକୁ ବଳିଦାନ ଦେଇଦେଲେ । କଶ୍ମୀର କୁଲଗାମ ତହସିଲର ଏକ ଗା ଗାଁର ବାସିନ୍ଦା ନଜିର । ନଜିର ଅହମ୍ମଦ ବାନୀଙ୍କ ପରିବାରରେ ଏବେ ତାଙ୍କ ପତ୍ନୀ ଓ ୨ ଜଣ ପିଲା ଅଛନ୍ତି । ନଜିରଙ୍କ ମୃତ୍ୟୁ ପରେ ସୋମବାରରେ ତାଙ୍କୁ ୨୧ ତୋପର ସଲାମି ଦିଆଯାଇଥିଲା ।