ସେନାକୁ ମିଳିଲା ସଫଳତା : ଏନକାଉଣ୍ଟରରେ ଆଖି ବୁଜିଲା ସାମ୍ବାଦିତ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ସାମିଲ ଥିବା ଆତଙ୍କବାଦୀ ନାଭେଦ ଜାଟ

125

କନକ ବ୍ୟୁରୋ : ଜମ୍ମୁକାଶ୍ମୀର ବଡଗାମରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳ ୨ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଲସ୍କର କମାଣ୍ଡର ତଥା ସାମ୍ବାଦିତ ସୁଜାତ ବୁଖାରୀ ହତ୍ୟାକାଣ୍ଡରେ ସାମିଲ ଥିବା ଆତଙ୍କବାଦୀ ନାବେଦ ଜଟ ନିହତ ହୋଇଥିବା ଜଣାପଡିଛି । ଜମ୍ମୁ କଳାଶ୍ମୀର ଡିଜିପି ଡିଲବାଘ୍ ସିଂହ ସୂଚନା ଦେଇଛନ୍ତି । ଏଥିରେ ୨ଜଣ ଯବାନ ନିହତ ହୋଇଛନ୍ତି ।  ଗତ ୨ସପ୍ତାହରେ ସୁରକ୍ଷାକର୍ମୀ ୨୦ ଆତଙ୍କବାଦୀଙ୍କୁ ନିହତ କରିସାରିଲେଣି ।

ଏ ବର୍ଷ ପ୍ରାରମ୍ଭରେ ପୁଲିସ ହାଜତରୁ ଖସି ପଳାଇଥିବା ଜାଟ୍‌ଙ୍କ ବିରୋଧରେ କଶ୍ମୀରରେ ନିରାପତ୍ତା ବଳ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ କରିଥିବାର ମାମଲା ରହିଥିଲା । ଏ ବର୍ଷ ଅଗଷ୍ଟ ମାସରେ ଶୋପିଆନ୍‌ ଠାରେ ଜଣେ ଆତଙ୍କବାଦୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସେ ଯୋଗ ଦେଇଥିବା ଲୋକେ ଦେଖିଥିଲେ । ପାକିସ୍ତାନର ମୁଲ୍‌ତାନ୍‌ବାସୀ ଜାଟ୍‌କୁ ୨୦୧୪ ମସିହା ଜୁନ୍‌ରେ କୁଲ୍‌ଗାମ୍‌ର ୟାରିପୋରା ଠାରେ ଗିରଫ କରାଯାଇଥିଲା । ଫେବ୍ରୁଆରି ୬ ତାରିଖ ଦିନ ସେ ଶ୍ରୀନଗରସ୍ଥିତ ଶ୍ରୀ ମହାରାଜା ହରିସିଂହ ହସ୍‌ପିଟାଲ୍‌ରୁ ନାଟକୀୟ ଭାବେ ଖସି ପଳାଇଥିଲା ।