ଆତଙ୍କବାଦୀ କବଜା କରିବେ ପାକିସ୍ତାନ ! ଆମେରିକା ଦେଲା ଚେତାବନୀ

30

କନକ ବ୍ୟୁରୋ :  ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇଥିବା ପାକିସ୍ତାନକୁ ଆମେରିକାୁ କଡ଼ା ଚେତାବନୀ ଦେଇଛି । ପାକିସ୍ତାନରେ ବତ୍ତର୍ମାନ ସମୟରେ ଯେପରି ଅବସ୍ତା ରହିଛି ଏଭଳି ସ୍ଥିତି ଜାରି ରହିଲେ ଆତଙ୍କବାଦୀମାନେ କାବୁଲ୍ ଉପରୁ ନଜର ହଟାଇ ଇସଲାମାବାଦକୁ ନିଶାଣ କରିବେ ବୋଲି ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଦେଇଥିବା ଆମେରିକା କହିଛି । ନିଜ ମାଟିରେ ବଢ଼ିଥିବା ଆତଙ୍କବାଦୀଙ୍କୁ ସାବାଡ଼ କରିବା ପାଇଁ ପାକିସ୍ତାନର ଆନ୍ତରିକତା ନଥିବାରୁ ଆମେରିକା କ୍ଷୋଭ ପ୍ରକାଶ କରିଛି ।

ହକାନି ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୁରୁତ୍ୱାରୋପ କରୁଛି କିନ୍ତୁ ପାକିସ୍ତାନ କିଛି କଥା ଣୁଣିବା ପାଁ ନାରାଜା । ପାକିସ୍ତାନ ନିଜ ସୀମାରେ ଅନେକ ଆତଙ୍କବାଦୀ ସଂଗଠନକୁ ଆଶ୍ରୟ ତଥା ପ୍ରଶ୍ରୟ ଦେଇଥିବାରୁ ଏହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡ଼ିବ ବୋଲି ଆମେରିକା ଚେତାଇ ଦେଇଛି । କାରଣ ସେମାନଙ୍କ ସଂଖ୍ୟା ଏବଂ ପ୍ରଭାବରେ ଦେଖାଦେଇଥିବା କ୍ରମାଗତ ବୃଦ୍ଧି ହିଁ ନିକଟ ଭବିଷ୍ଟତରେ ଅଣାୟତ୍ତ ସ୍ଥିତି ଉପୁଜାଇବ । ଏପରିକି ସେମାନଙ୍କ ଟାର୍ଗେଟରେ ପ୍ରଥମେ ରାଜଧାନୀ ଇସଲାମାବାଦ ରହିବ ବୋଲି ସତର୍କ କରାଇଛି ଆମେରିକା ।