ପାକିସ୍ତାନକୁ ମୁହଁତୋଡ ଜବାବ ! ସୀମାରେ ଗୁଳି ବର୍ଷାଉଛି ପଡୋଶୀ ରାଷ୍ଟ୍ର, ଭାରତର ପାଲଟା ଆକ୍ରମଣରେ ୫ପାକ୍ ସୈନ୍ୟ ମୃତ,ଏକାଧିକ ପୋଷ୍ଟ ଧ୍ୱଂସ

26

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ରଜୌରୀରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ । ସେନା ଶିବିରକୁ ଟାର୍ଗେଟ କରି ପାକ ରେଞ୍ଜର୍ସ ଗୁଳି ମାଡ କରିବା ପରେ ମୁହଁତୋଡ ଜବାବ ଦେଇଛି ଭାରତ । ଯବାନଙ୍କ ପାଲଟା ଆକ୍ରମଣରେ ୫ ପାକିସ୍ତାନୀ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ପାକିସ୍ତାନ ସେନାର କିଛି ସୈନ୍ୟ ଛାଉଣୀକୁ ମଧ୍ୟ ଭାରତୀୟ ଯବାନ ଧ୍ୱଂସ କରିଥିବା ସୂଚନା ମିଳିଛି । ଏଥିରେ ଉତକ୍ଷିପ୍ତ ହୋଇ ପାକିସ୍ତାନ ରଜୌରୀରୁ ପୁନଛ ସେକ୍ଟର ଯାଏଁ ଗୁଳି ଓ ମୋର୍ଟାର ମାଡ କରୁଛି ।

ରାଜୌରୀ ସେକ୍ଟର ସୁନ୍ଦରବନୀ, ନୌସେରା, କଲଲ ଓ ଖୋରର ସ୍ଥିତ ଗାଁ ଗୁଡିକରେ ବିଶେଷ କ୍ଷୟକ୍ଷତି ହୋଇଛି । ପାକିସ୍ତାନର ଗୁଳି ମାଡରେ ପୁନଛ ସେକ୍ଟରରେ ୨ ଭାରତୀୟ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଉଧାମପୁର ମେଡିକାଲରେ ଭର୍ତି କରାଯାଇଛି । ସେହିପରି ନୈାସେରା ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ବାନ୍ଦିପୋରା ଜିଲ୍ଲାରେ ଲୁଚି ରହିଥିବା ଜଣେ ଆତଙ୍କବାଦୀକୁ ନିହତ କରିଛି ସେନା । ହାଜିନରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ଗତକାଲି ଭୋରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।