ଆତଙ୍କବାଦୀଙ୍କ ଟାର୍ଗେଟରେ ପୋଲିସ ଅଫିସରଙ୍କ ପରିବାର । ଆଉ ଏକ ପୋଲିସ ଅଫିସରଙ୍କ ପୁଅକୁ କିଡନାପ କରିନେଲେ ଆତଙ୍କବାଦୀ ।

26

ପୋଲିସକର୍ମୀଙ୍କ ପୁଅକୁ ଉଠାଇନେଲେ ଆତଙ୍କବାଦୀ । ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତାଲ ଅଞ୍ଚଳରେ ଆତଙ୍କବାଦୀ ମାନେ ଜଣେ ପୋଲିସ ଅଫିସରଙ୍କ ଘରେ ଆକ୍ରମଣ କରିବା ସହ ତାଙ୍କର ପୁଅକୁ ଉଠାଇ ନେଇଛନ୍ତି । ଯେଉଁ ସମୟରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ ସେହି ସମୟରେ ପୋଲିସ ଅଫିସର ଜଣକ ଘରେ ନଥିଲେ । ଆଉ ଏହାର ଫାଇଦା ଉଠାଇ ପୋଲିସ କର୍ମଚାରୀ ଗୁଲାମ ହସନ ମୀରଙ୍କ ପୁଅ ଅହମ୍ମଦ ମୀରଙ୍କୁ କିଡନାପ କରି ନେଇଥିଲେ ଆତଙ୍କବାଦୀ ।

ଘାଟି ଅଞ୍ଚଳରେ ଗତ ଦୁଇଦିନ ମଧ୍ୟରେ ଏଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଆତଙ୍କବାଦୀ ମାନେ ପୋଲିସଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ତାଙ୍କ ପିଲାମାନଙ୍କୁ କିଡନାପ କରି ନେଉଛନ୍ତି । ଗତକାଲି ସନ୍ଧ୍ୟାରେ ଆତଙ୍କବାଦୀ ମାନେ ଜଣେ ପୋଲିସ କର୍ମଚାରୀଙ୍କ ପୁଅକୁ ମଧ୍ୟ ଉଠାଇ ନେଇଥିଲେ । ହଜିବୁଲ ଆତଙ୍କବାଦୀଙ୍କ ଗଡ କୁହାଯାଉଥିବା ତାଲ ଅଞ୍ଚଳରେ ୨୦ ବର୍ଷୀୟ ଆସିଫ ରଫିକ ନାମକ ଯୁବକଙ୍କୁ କିଡନାପ କରାଯାଇଥିଲା ।

ସୂଚନା ଅନୁଯାୟୀ, ଆସିଫଙ୍କ ବାପା ରଫିକ ଅହମ୍ମଦ ଜମ୍ମୁ-କାଶ୍ମୀର ପୋଲିସ ବିଭାଗରେ କାର୍ଯ୍ୟରତ ଅଛନ୍ତି । ଘାଟି ଅଞ୍ଚଳରେ ଗତ କିଛିଦିନ ହେବ ସୁରକ୍ଷାବାହିନୀ ଉପରେ ଲଗାତାର ଆକ୍ରମଣ ହେଉଛି । ଏପରିକି ଗତ ଇଦରେ ଆତଙ୍କବାଦୀଙ୍କ ଗୁଳିରେ ତିନି ପୋଲିସ ଅଫିସର ଶହୀଦ ହୋଇଥିଲେ ।