ଦେଶ ଭିତରକୁ ଆତଙ୍କୀ ପଶିଆସିଥିବା ନେଇ ଗୁଇନ୍ଦା ବିଭାଗର ସୂଚନା

21

ଦେଶକୁ ଆତଙ୍କବାଦୀ ପଶିଆସିଥିବା ଆଶଙ୍କା , ଜାମ୍ମୁକାଶ୍ମୀର ସୀମାରେ ୩ ଜଣଙ୍କ ଆତଙ୍କବାଦୀ ପଶିଆସିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ସାରା ଦେଶରେ ହାଇଆର୍ଲଟ ଜାରି କରାଯାଇଛି । ତେବେ ଆତଙ୍କବାଦୀମାନେ ବିଶେଷ କରି ଦିଲ୍ଲୀ, ଗୋଆ, ମୁମ୍ବାଇକୁ ଟାର୍ଗେଟ କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥିପାଇଁ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ହାଇଆର୍ଲଟ ଜାରି କରାଯାଇଛି । ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦର, ହୀରାକୁଦ ଡ୍ୟାମ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ପୁଲିସ ଡିଜି ।