ପୂର୍ବ ପାକିସ୍ତାନର ବଦଲା କାଶ୍କୀରରେ ନିଆଯିବ! ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲା ହାଫିଜ ସଇଦ

42

ପୁଣି ଭାରତ ବିରୋଧରେ ବିଷ ଓଗାଳିଛି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସଇଦ୍ । ପାକିସ୍ତାନର ଏକ ସଭାରେ ସେ ଉଦବୋଧନ ଦେଇ ଭାରତ ବିରୋଧରେ ପ୍ରତିଶୋଧ ନେବାକୁ ଆହ୍ୱାନ ଦେଇଛି । ପୂର୍ବ ପାକିସ୍ତାନର ବଦଲା କାଶ୍ମୀରରୁ ନିଆଯିବ ବୋଲି ସେ କହିଛି । କାଶ୍ମୀରରେ ଆତଙ୍କ ଖେଳାଇବା ପାଇଁ ହାଫିଜ ପୁଣିଥରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡିଛି । ଏଥିପାଇଁ ପାକିସ୍ତାନ ମଧ୍ୟ ହାଫିଜକୁ ସହାୟତା କରୁଛି । ପାକିସ୍ତାନ ପୂର୍ବଭଳି ଚାହୁଁଛି କି ହାଫିଜ ପୁଣିଥରେ ନିଜର ଆତଙ୍କୀ ଫ୍ୟାକ୍ଟ୍ରି ପୁଣିଥରେ ଆରମ୍ଭ କରୁ । ଏଥିପାଇଁ ବୋଧହୁଏ ଦୀର୍ଘ ୧୦ମାସର ନଜରବନ୍ଦୀ ପରେ ହାଫିଜକୁ ମୁକ୍ତ କରିଛି ପାକିସ୍ତାନ । ଯାହା ଭାରତ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

hafiz-9_650_091614115132_120514102606ସୁତ୍ର ଅନୁଯାୟୀ, ପାକିସ୍ତାନ ହାଫିଜକୁ ନଜରବନ୍ଦୀରୁ ମୁକ୍ତ କରିବା ପଛରେ ଭାରତୀୟ ସେନାର ଅପରେସନ ଅଲଆଉଟ ସହ ସର୍ମ୍ପକ ରହିଛି । ସେନାର ଏହି ଅପରେସନରେ ଆତଙ୍କବାଦୀଙ୍କ ଟପ୍-କମାଣ୍ଡର ନିହତ ହେବା ପାକିସ୍ତାନ ପାଇଁ ଚିନ୍ତା ବଢାଇ ଦେଇଥିଲା । ତେଣୁ ଭାରତୀୟ ସେନାକୁ ପ୍ରତିହତ କରିବା ପାଇଁ ପୁଣିଥରେ ପାକିସ୍ତାନ ହାଫିଜକୁ ମୃତ୍ୟୁର ଖେଳ ଖେଳିବା ପାଇଁ ଖୋଲା ଛାଡି ଦେଇଛି । ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇର ଚାପରେ ହାଫିଜକୁ ଛଡାଯାଇଛି ବୋଲି ଚର୍ଚ୍ଚା ହେଉଛି ।

ଶନିବାର ଭାରତ ବିଜୟ ଦିବସ ପାଳନ କରୁଥିବା ବେଳେ ହାଫିଜ ଲାହୋରରେ ଏଭଳି ବୟାନ ଦେଇଛି । ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ପାକିସ୍ତାନ ସେନା ଭାରତୀୟ ସେନା ଆଗରେ ଆତ୍ମସର୍ମପଣ କରିଥିଲା ଓ ବାଲାଂଦେଶ ନାମକ ଏକ ନୂଆ ଦେଶ ସୃଷ୍ଟି ହୋଇଥିଲା । ସେବେଠାରୁ ଏହି ଦିନକୁ ଭାରତ ବିଜୟ ଦିବସ ଭାବେ ପାଳନ କରି ଆସୁଛି ।