ଫିଲ୍ମ ଷ୍ଟାଇଲରେ କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀକୁ ଖସାଇନେଲେ ସାଥୀ ଆତଙ୍କୀ! ବୋମା ପକାଇ, ଗୁଳି ଫୁଟାଇ ହସ୍ପିଟାଲରୁ ସାଥୀକୁ ନେଇ ମାରିଲେ ଚମ୍ପଟ, ଦୁଇ ପୁଲିସ କର୍ମଚାରୀ ସହିଦ

32

କନକ ବ୍ୟୁରୋ : ଆଜି କାଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି । କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ ନାଭେଦକୁ ବୋମା ପକାଇ ଖସାଇନେଇଛନ୍ତି ସାଥୀ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ମହାରାଜ ହରିସିଂ ହସପିଟାଲକୁ ରୁଟିନ୍ ଚେକଅପ୍ ପାଇଁ ନାଭେଦକୁ ଅଣାଯାଇଥିବା ବେଳେ ଅନ୍ଧାଧୁନ୍ ବୋମା ଓ ଗୁଳି ଫୁଟାଇ ତାକୁ ଖସାଇ ନିଆଯାଇଛି । ଦକ୍ଷିଣ କଶ୍ମୀରର ମହାରାଜା ହରି ସିଂହ ହସପିଟାଲରେ ମଙ୍ଗଳବାର ସକାଳେ ଘଟିଥିବା ଘଟଣା କୌଣସି ସିନେମା ସିନ ଠାରୁ କମ ନଥିଲା ।ହିନ୍ଦି ଚଳଚ୍ଚିତ୍ରର କିଡନାପ ଭଳି ଝଲକ ଦେଖିବାକୁ ମତଳିଥିଲା ହସପିଟାଲ ପରିସରରେ । ଜଣେ ଆତଙ୍କବାଦୀଙ୍କୁ ଖସାଇ ନେବା ପାଇଁ ବିରାଟ ଯୋଜନା ପ୍ରସ୍ତୁତ କରିଥିଲେ ଆତଙ୍କବାଦୀ । ଆଉ ଶେଷରେ ସଫଳ ମଧ୍ୟ ହୋଇଥିଲେ ।

ନାଭେଦ ବଟ । ୨୦୧୪ରେ ଆତଙ୍କବାଦୀଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଦକ୍ଷିଣ କାଶ୍ମୀରରୁ ଗିରଫ ହୋଇଥିଲା । ଏହି ଆତଙ୍କବାଦୀ ପାକିସ୍ତାନରେ ଟ୍ରେନିଂ ପାଇ ଭାରତରେ ଆତଙ୍କରାଜ ସୃଷ୍ଟି କରୁଥିଲା ନାବେଦ ।ପୋଲିସ କର୍ମୀଙ୍କୁ ହତ୍ୟା, କାଶ୍ମୀରରେ ଅରାଜକତା ସୃଷ୍ଟି କରୁଥିବା ଲସ୍କର-ଇ-ତୋଇବାର ଏହି ଆତଙ୍କବାଦୀକୁ ଶେଷରେ ଖସାଇ ନେଇଛନ୍ତି ସାଥୀ ଆତଙ୍କବାଦୀ ।

ମଙ୍ଗଳବାର ସକାଳେ ରୁଟିନ ଚେକ ଅପ ପାଇଁ ନାବେଦକୁ ଆଉ ୫ ଜଣ କଏଦୀଙ୍କ ସହ ହସ୍ପିଟାଲ ଅଣାଯାଇଥିଲା ।ଆଉ ପୋଲିସ ଗାଡିରୁ ଓହ୍ଲାଇବା କ୍ଷଣି ଆତଙ୍କବାଦୀ କରିଥିଲେ ଅଚାନକ ଆକ୍ରମଣ । ଅନ୍ଧାଧୂନ ଗୁଳି ମାଡରେ ପୋଲିସ ଟିମ୍ ସ୍ତବ୍ଧ ହୋଇଗଲା । ଆକ୍ରମଣରେ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଆଉ ଶେଷରେ ଏହି ପାକିସ୍ତାନୀ ଆତଙ୍କବାଦୀ ପୋଲିସ କବଳରୁ ଖସିଯାଇଛି ।